କ୍ୟାଣ୍ଟନମେଣ୍ଟ ଥାନାରୁ ହଟିଲେ IIC ଦୀନକୃଷ୍ଣ ମିଶ୍ର: ବଟି ଆଦାୟ କରୁଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ୟାଣ୍ଟନମେଣ୍ଟ ଥାନାରୁ ହଟିଲେ IIC ଦୀନକୃଷ୍ଣ ମିଶ୍ର । ତାଙ୍କୁ ପୋଲିସ କମିଶନର ହଟାଇ ଦେଇଛନ୍ତି । ଦରଘାବଜାର ଥାନା IIC ପ୍ରଦୀପ ଜେନାଙ୍କୁ କ୍ୟାଣ୍ଟନମେଣ୍ଟ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କଟକ ବାଲିଯାତ୍ରାରେ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ପାର୍କିଂ ପ୍ଲେସ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ଥାନା ଅଧିକାରୀ ୫୦ ହଜାର ଦାବି କରି ୪୦ ହଜାର ଟଙ୍କା ଚାନ୍ଦା ନେଇଥିବାର ଅଭିଯୋଗ ହୋଇଛି। ଏ ପ୍ରସଙ୍ଗରେ ଏକ ଭିଡିଓ ଜାରି କରିଛି ବିଜେପି। ଏହାସହ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ସବ ଇନ୍‌ସ୍ପେକ୍ଟର ମୋତିଲାଲ ମାରାଣ୍ଡିଙ୍କ ବହିଷ୍କାର ଦାବି କରାଯାଇଛି। ଅନ୍ୟପଟେ ତଦନ୍ତ ହେବାପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ଆଡିସନାଲ ଡିସିପି ଅନୀଲ ମିଶ୍ର ।

ଆୟ ବ୍ୟୟର ହିସାବ ମାଗିଛନ୍ତି ମହିଳା ମୋର୍ଚା ରାଜ୍ୟ ସଭାପତି। ବାଲିଯାତ୍ରାରେ ପୋଲିସ ଚାନ୍ଦା ଆଦାୟ କରିଥିବାର ସଙ୍ଗୀନ ଅଭିଯୋଗ କମିଶନରେଟ ପୋଲିସର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି। ପାର୍କିଂ ପ୍ଲେସ ପାଇଁ କ୍ୟାଣ୍ଟାନମେଣ୍ଟ ଥାନା ଅଧିକାରୀ ୫୦ ହଜାର ଦାବି କରି ୪୦ ହଜାର ଟଙ୍କା ଚାନ୍ଦା ନେଇଥିବାର ସଂଗୀନ ଅଭିଯୋଗ ହୋଇଛି। ଏହି ଘଟଣାରେ ଆଇଆଇଆସି ଦିନକୃଷ୍ଣ ମିଶ୍ର ଓ ସଵଇନିସ୍ପେକ୍ଟର ମୋତିଲାଲ ମାରାଣ୍ଡିଙ୍କୁ ବହିଷ୍କାର ଦାବି। ରଖିଛି ବିଜେପି ମହିଳା ମୋର୍ଚ୍ଚା। ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଏହା ସହିତ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୋଲିସ ଡିଜିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.