୮ ଦଫା ଦାବି ନେଇ ମହାତ୍ମା ଗାନ୍ଧୀ ମାର୍ଗରେ ଅଙ୍ଗନବାଡି ଲେଡୀସ ୱାର୍କରସ ଆସୋସିଏସନ ରଣ ହୁଙ୍କାର: ଏକାଠି ହୋଇଛନ୍ତି ୫୦ହଜାରରୁ ଅଧିକ ଅଙ୍ଗନବାଡ଼ି କର୍ମୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମହାତ୍ମା ଗାନ୍ଧୀ ମାର୍ଗରେ ଅଲ ଓଡିଶା ଅଙ୍ଗନବାଡି ଲେଡୀସ ୱାର୍କରସ ଆସୋସିଏସନ ତରଫରୁ ସ୍ଥାୟୀ ଚାକିରୀ ସହିତ ସରକାର ର ମାନ୍ୟତା ସର୍ବ ନିମ୍ନ ମଜରି ଦାବି କୁ ନେଇ ମହାତ୍ମା ଗାନ୍ଧୀ ମାର୍ଗରେ ସମାବେଶ ରାଜଧାନୀର ଛାତି ଉପରେ ସୋମବାର ଗର୍ଜିଥିଲେ । ରଣହୁଙ୍କାର ଦେଖାଇଛନ୍ତି ଅଙ୍ଗନୱାଡ଼ି ଦିଦି। ଆଉ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସିଧାସଳଖ ଚେତାବନୀ। ଅହରାତ୍ର ଧାରଣା ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ଯାହାକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର।ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ, ମୃତ୍ୟୁ ଘଟିଲେ ପରିବରର ଜଣଙ୍କୁ ଚାକିରି ସହ ୫ ଲକ୍ଷ କ୍ଷତିପୂରଣ। ଏମିତି ୮ଦଫା ଦାବିରେ ଆଜି ଲୋୟର ପିଏମ୍‌ଜିରେ ଗର୍ଜିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ଏଥିରେ ପାଖାପାଖି ୫୦ ହଜାରରୁ ଅଧିକ ଅଙ୍ଗନଓ୍ୱାଡ଼ି କର୍ମଚାରୀ ସାମିଲ ହୋଇଥିଲେ। ନିଜର ହକ ପାଇଁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ମଧ୍ୟ ଦେଇଛନ୍ତି ଖୋଲା ଆହ୍ୱାନ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ବୋଲି ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.