ଓଡ଼ିଆ ନ୍ୟୁଜ୍: କାରକୁ ପିଟିଲା କାର, ଯୁବତୀ ସମେତ ୪ ଗୁରୁତର।ବମିଖାଲ ଓଭରବ୍ରିଜରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା।ମହର୍ଷି କଲେଜ ପଟୁ ରସୁଲଗଡ଼ ଆସୁଥିବା କାରକୁ ଧକ୍କା।ବମିଖାଲ ଫ୍ଲାଇ ଓଭରବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି କାର୍ ମୁହଁାମୁହିଁ ଧକ୍କାହେବାରୁ ୪ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଉଭୟ କାର୍ ଭାଙ୍ଗିରୁଜି ଯାଇଛି। କ୍ଷତିଗ୍ରସ୍ତ କାର୍ ଆଇ୨୦ (ଓଡି୧୪ଟି ୦୩୧୫) ଓ ସ୍କୋଡା (ଓଡି୦୨ବିଏ ୦୦୪୪)କୁ ଶହୀଦନଗର ପୋଲିସ ଜବତ କରି ଥାନାକୁ ନେଇଛି। ଆହତଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଆଇ୨୦ କାର୍ ଡ୍ରାଇଭରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ରଙ୍ଗରୁଟରେ ଡ୍ରାଇଭିଂ ପାଇଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଇ୨୦ କାରଟି ଅନଲାଇନ ବୁକିଂରେ ଯାଉଥିବା ବେଳେ ସେଥିରେ ଜଣେ ମହିଳା ଯାତ୍ରୀ ଥିଲେ। ଅପରପକ୍ଷରେ ସ୍କୋଡା କାରରେ ଦୁଇ ଜଣ ଯୁବକ ଥିଲେ। ଆଇ୨୦ କାରଟି ଏସ୍ପ୍ଲାନେଡ଼ ମଲ୍ ପାଶ୍ୱର୍ର୍ରୁ ରଙ୍ଗ ରୁଟରେ ଫ୍ଲାଇଓଭର ଉପରେ ଯାଇଥିଲା। ସ୍କୋଡା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ରୁଣ୍ଡ ହୋଇଯାଇଥିଲେ।