ବିରୂପା ନଦୀକୁ ଖସିପଡ଼ିଲା କାର୍

0

ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଲା କାର୍। ଜଗତପୁର ପଣ୍ଡାସାହି ନିକଟ ବିରୂପା ନଦୀକୁ ଖସିପଡ଼ିଲା କାର୍।ଜଣେ ଉଦ୍ଧାର, ଆଉ ଜଣେ କାର୍ ଭିତରେ ଫସି ରହିଥିବା ସୂଚନା।ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ,ସ୍କୁବା ଡାଇଭର୍ ନିୟୋଜିତ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଏକ ଇଭି କାର୍ରେ ଦୁଇ ଜଣ ଯୁବକ ଏହି ଅଞ୍ଚଳ ଦେଇ କୌଣସି ସ୍ଥାନକୁ ଯାଉଥିଲେ। ହେଲେ ଜଗତପୁର ପଣ୍ଡା ସାହି ଆଇ.ବି ରୋଡ ନିକଟରେ କାର୍ଟି ଦ୍ରୁତ ଗତିରେ ଆସି ନଦୀ ଭିତରକୁ ପଶିଯାଇଥିଲା।

ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେମାନଙ୍କ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଜଣକୁ ଉଦ୍ଧାର କରିପାରିଛନ୍ତି। ସେହିଭଳି ଅନ୍ୟ ଜଣକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେବି ସଫଳ ହୋଇପାରିନଥିଲେ। ତେବେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.