ଓଡ଼ିଆ ନ୍ୟୁଜ୍: ଓଡ଼ିଶା ପୋଲିସକୁ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ଧମକ।ଓଡ଼ିଶା ଡିଜିପି ଓ ନୟାଗଡ଼ ଏସ୍ପିଙ୍କ ଉଦ୍ଦେଶ୍ୟରେ ‘ଏକ୍ସ’ରେ ଧମକ।’ନୟାଗଡ଼ରୁ ୪ ବଙ୍ଗାଳୀ ଭାଷୀ ଭାରତୀୟ ନାଗରିକଙ୍କୁ ବେଆଇନ୍ ଭାବେ ତଡ଼ା ଯାଇଛି’।’କେବଳ ବଙ୍ଗାଳୀ ହୋଇଥିବାରୁ ସେମାନଙ୍କୁ ତଡ଼ାଯାଇଛି’।’ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି’। ‘ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ’।ମହୁଆଙ୍କ ଟୁଇଟ୍ର କଡ଼ା ଜବାବ ରଖିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ।ଜଣେ ସାଂସଦ ଏଭଳି କହିବା ଗ୍ରହଣୀୟ ନୁହେଁ- ସନ୍ତୋଷ ଖଟୁଆ।ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କୁ ଭର୍ତ୍ତି କରୁଛି କିଏ ବୋଲି ପ୍ରଶ୍ନ କଲେ ସନ୍ତୋଷ।
ମହୁଆ ମୋଇତ୍ରା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହି ଚାରିଜଣ ଶ୍ରମିକ ଗତ ୧୮ ବର୍ଷ ଧରି ନୟାଗଡ଼ରେ ରହି ଶୀତବସ୍ତ୍ର ବିକ୍ରି କରି ପେଟ ପୋଷୁଥିଲେ। ପୋଲିସ୍ ସେମାନଙ୍କୁ ‘ରୋହିଙ୍ଗ୍ୟା’ କିମ୍ବା ‘ବାଂଲାଦେଶୀ’ କହି ମିଥ୍ୟା ଅଭିଯୋଗରେ ନଭେମ୍ବର ୨୭ ତାରିଖରେ ‘ବେଆଇନ ଭାବେ ଉଠାଇ ନେଇଥିଲା’।ବାରମ୍ବାର ଅନୁରୋଧ ପରେ ପୋଲିସ୍ ସେମାନଙ୍କୁ ଛାଡ଼ିଥିଲା ସତ, କିନ୍ତୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ଛାଡ଼ିବାକୁ ଧମକ ଦେଇଥିଲା। ଏହି ଚାପ ଯୋଗୁଁ ଘର ମାଲିକ ମଧ୍ୟ ସେମାନଙ୍କୁ ତୁରନ୍ତ ବାହାର କରିଦେବାରୁ ସେମାନେ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଛାଡ଼ି ରାତି ଅଧିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।