ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବାହାର ରାଜ୍ୟ ୧୦ ଚକିଆ ଟ୍ରକରେ ଗୋରୁ ଚାଲାଣ ହୋଉଥିବା ବେଳେ ସ୍ଥାନୀୟ ଲୋକେ ଧରିଲେ | ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ସିଙ୍ଗଡ଼ା ଫାଣ୍ଡି ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ବଡବିଲ ନିକଟରୁ ଆଜି ସକାଳ ପ୍ରାୟ ୮ଘଟିକା ସମୟରେ ଏକ ଗରୁ ବୋଝେଇ ୧୦ ଚକିଆ ଟ୍ରକ ପୋଲିସ ଜବତ କରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ ଘଟିକା ସମୟରେ କରଞ୍ଜିଆ ଗୋ ସାଳାକୁ ହସ୍ତାନ୍ତର କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ ତେଲକୋଇ ଅଞ୍ଚଳରୁ କଲିକତା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଯାହାର ନମ୍ବର (ଓଆର-୦୯ଏଲ-୧୪୩୧) କୁ ସ୍ଥାନୀୟ ଲୋକେ ସନ୍ଦେହ କରି ଅଟକାଇବା ପରେ ସିଙ୍ଗଡ଼ା ଫାଣ୍ଡି ଅସ୍ଵୀକାରୀ ତପନ ବାରିକଙ୍କୁ ହସ୍ତାନ୍ତର କରିଥିଲେ ।
ଫାଣ୍ଡି ଅଧିକାରୀ ତପନ କୁମାର ବାରିକ ଟ୍ରକ ଜବତ କରି ରରୁଆଁ ଥାନାକୁ ନେଇ ମାମଲା ରୁଜୁ କରିଥିଲେ । ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନିର୍ଦ୍ଦେଶ କ୍ରମେ ରରୁଆଁ ଓ କରଞ୍ଜିଆ ପୋଲିସ ର ଏକ ମିଳିତ ଦଳ ଗୋରୁ ଗାଡ଼ିକୁ ରରୁଆଁ ଥାନାରୁ କରଞ୍ଜିଆ ଗୋ ଶାଳାକୁ ଆଣି ସେଠାରେ ୪୨ ଗୋଟି ଗୋରୁଙ୍କୁ ହସ୍ତାନ୍ତର କରିଛି । ଏହି ଗୋ ଚାଲାଣ ରେ କିଛି ସ୍ଥାନୀୟ ଗୋ ମାଫିଆଙ୍କ ସଂପୃକ୍ତି ଥିବା ମଧ୍ୟ ଅନୁମାନ କରାଯାଉଛି । ତେବେ ଏହି ଘଟଣାରେ ଟ୍ରକ୍ ଡ୍ରାଇଭର, ହେଲପର ଓ ଗୋମାଫିଆ ମାନେ ପୋଲିସ ଆଖି ରେ ଧୂଳି ଦେଇ ଚଂପଟ୍ ମାରିଥିବା ସୂଚନା ମିଳିଛି । ତେଵେ କିଛି ଦିନ ତାଳେ ଏକ ଗୋ ବାଝେଇ ମିନି ଟ୍ରକ ୪୯ ନମ୍ବର ଜାତୀୟ ରାଜପଥ ଟଙ୍କାବିଲା ନିକଟରେ ଭାରସାମ୍ୟ ହରାଇ ଓଲଟି ଯିବା ଫଳରେ କିଛି ଗାଈ ମୃତ୍ୟୁ ହୋଇଥିବା ବେଳେ ପୁଣି ମାତ୍ର ଚାରିଦିନ ବ୍ୟବଧାନ ଭିତରେ ଆଜି ପୁଣି ଗୋରୁ ଚାଲାଣ ହେଉଥିବା ଏକ ଟ୍ରକ କୁ ପୋଲିସ ଜବତ କରିଛି |
ଏବେ ଏହି ଅଞ୍ଚଳରେ ଗୋ ଚାଲାଣ ବଢ଼ିବାରେ ଲାଗିଥିବାରୁ କୋଉଠି ନା କୋଉଠି ସ୍ଥାନୀୟ ଗୋ ମାଫିଆ ଙ୍କ ସମ୍ପୃକ୍ତ ଥିବା ନେଇ ଏବେ ଅଞ୍ଚଳ ବାସୀଙ୍କ ମଧ୍ୟ ରେ ଆଲଚନା ହୋଉଥିବା ଜଣା ପଡିଛି |