ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭୂକମ୍ପରେ ଥରିଲା ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡ । 14 ଘଣ୍ଟାରେ 8ଶହ ଥର ଭୂକମ୍ପ ଅନୁଭୂତ ହୋଇଛି । ସିରିଜ ଭୂକମ୍ପ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଆଗ୍ନେୟଗିରି ଉଦଗିରଣ ଆଶଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଭୂକମ୍ପ ପରେ ମୃତାହତ ଓ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ । ଦେଶର ଦକ୍ଷିଣ-ପଶ୍ଚିମ ରେକଜାନେସର ପେନିନସୁଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଆଇସଲ୍ୟାଣ୍ଡ ସିଭିଲ୍ ସୁରକ୍ଷା ଓ ଜରୁରୀକାଳୀନ ବିଭାଗ ଏକ ବିବୃତ୍ତି ରଖି କହିଛି, ଦକ୍ଷିଣ-ପୂର୍ବରେ ଥିବା ଗ୍ରୀନ୍ଦାଭିକ୍ ଗାଁର ଆଖପାଖ ଅଞ୍ଚଳରେ ଭମିକମ୍ପ ଝଟକା ଲଗିଥିଲା । ରିକ୍ଟରେ ସ୍କେଲରେ ଏହା ତିବ୍ରତା ୫.୨ ରେକର୍ଡ କରାଯାଇଛି । ଏହା କେନ୍ଦ୍ରସ୍ଥଳି ରେକଜାନ୍ସ ଠାରୁ ୪୦ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ଯୋଗୁ ବହୁମାତ୍ରାରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
ଏହି ଭୂକମ୍ପ ଆହୁରି ବଡ଼ ହୋଇପାରେ ଏବଂ ଏହି ସିରିଜ୍ ଭୂମିକମ୍ପ ବିସ୍ଫୋରଣର ରୂପ ନେଇପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଆଇସଲ୍ୟାଣ୍ଡ୍ ମେଟ୍ ଅଫିସ୍ (ଆଇଏମଓ) କହିଛି ଯେ କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ। ଏହିଠାରେ ହିଁ ଶୁକ୍ରବାର ଭୂକମ୍ପ ହୋଇ ସମଗ୍ରୀ ଅଞ୍ଚଳକୁ ଥରାଇ ଦେଇଛି। ଯଦି ଆଗାମୀ ଦିନରେ ଏହି ଭୂକମ୍ପ ହେତୁ ବିସ୍ଫୋରଣ ପରିସ୍ଥିିତି ସୃଷ୍ଟି ହୁଏ ତ ଲୋକମାନଙ୍କୁ ସ୍ଥାନାନ୍ତର ଯୋଜନା ବି ରହିଛି।
ରାଜଧାନୀ ରେକଜାଭିକଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏବଂ ଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ୧୭୩୦ ଜିଏମ୍ଟିେରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ଘରର ଝରକା ଏବଂ ସାମଗ୍ରୀ ଏପଟସେପଟ୍ ହୋଇ ଯାଇଥିଲା। ପ୍ରାଥମିକ ଆଇଏମଓର ଆକଳନ ଅନୁଯାୟୀ, ଏହି ବଡ଼ ଭୂକମ୍ପ ୫.୨ ମ୍ୟାଗ୍ନିଚ୍ୟୁଡର ଥିଲା। ଆଇଏମଓ ଅନୁଯାୟୀ ଅକ୍ଟୋବର ମଧ୍ୟଭାଗରୁ ଉପଦ୍ୱୀପରେ ପ୍ରାୟ ୨୪,୦୦୦ ଭୂକମ୍ପ ସଂଗଠିତ ହୋଇ ସାରିଲାଣି।