ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ତାର ଶେଷ ଲିଗ୍ ମ୍ୟାଚରେ ଆଫଗାନିସ୍ତାନକୁ ୫ ୱକେଟ ରେ ହରାଇଛି । ହେଲେ ଆଫଗାନୀସ୍ତାନ ପୂରା ଟୁର୍ଣ୍ଣାମେଂଟରେ – ପ୍ରଦର୍ଶନ କରି ସଭିଙ୍କ ହୃଦୟ ଜିତିଛି । ଦ କ୍ଷିଣ ଆଫ୍ରିକା ୯ଟି ମ୍ୟାଚରୁ ୭ଚି ବିଜୟ ଓ ୨ଟି ପରାଜୟ ସହ ୧୪ ପଏଣ୍ଟ ପ୍ଧବ ତାଲିକାର ତାଲିକାର ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ଖେଳିବ ।
ସେହିପରି ଆଫଗାନିସ୍ତାନ ୮ ପଏଣ୍ଟ ସହ ତାଲିକାର ୬ଷ୍ଠ ସ୍ଥାନରେ ରହି ସେମିଫାଇନାଲରୁ ବାଦ ପଡିଛି । ଶୁକ୍ରବାର ଅହମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ ନିଷ୍ପତି ନେଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକାର ମାପ ଚୁପ ବୋଲିଂ ରେ ଆଫଗାନିସ୍ତାନ ଉପର ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଖେଳିପାରିନଥିଲେ । ତେବେ ଅଜମତୁଲ୍ଲା ଓ ମରଜାରଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୨୪୪ ରନ୍ କରିଥିଲା । ଓମରଜାଇ ୧୦୭ଟି ବଲରୁ ୭ଟି ଚୌକା ଓ ୩ଟି ଛକା ସହ ଅପରାଜିତ ୯୭ ରନ୍ , ନୁରଅହମ୍ମଦ ୨୬, ରହମନୁଲ୍ଲା ଗୁରବାଜ ୨୫ ରନ କରିଥିଲେ । ଦକ୍ଷିଣ ଆଫ୍ରିକାର ପେସର ଗେରାଲୁ କୋଏତ୍ଜୀ ୪ଟି, କେଶବ ମହାରାଜ ଓ ଲୁଙ୍ଗି ଏନ୍ଗିଡି ୨ଟି ଲେଖାଏଁ ଏବଂ ଫେଲୁକ୍ୱାୟୋ ଗୋଟିଏ ଓିକେଟ ନେଇଥିଲେ ।
ଜବାବରେ ରାସି ଭାନଣ୍ଡର ଡୁସେଁଙ୍କ ଅର୍ଦ୍ଧଶତକ ଓ ଆଣ୍ଡିଲେ ଫେଲୁକ୍ୱାୟୋଙ୍କ ଦ୍ରୃତ ସ୍କୋର ବଳରେ ଦକ୍ଷିଣ ଆଫ୍ରିକା ୧୫ଟି ବଲ୍ ବାକି ଥାଇ ୫ ଓିକେଟ୍ ହରାଇ ୨୪୭ ରନ କରି ମ୍ୟାଚ ଜିତିନେଇଥିଲା । ଡୁସେଁ ୯୫ଟି ବଲରୁ ୬ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୭୬ ରନ , ଫେଲୁକ୍ୱାୟୋ ୩୭ଟି ବଲରୁ ଅପରାଜିତ ୩୯, ଡି କକ୍ ୪୧, ମାର୍କରାମ ୨୫, ମିଲର ୨୪ ଓ ବଭୁମା ୨୩ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ଓ ରାଶିଦ ଖାନ ଦୁଇଟି ଲେଖାଏଁ ଓ ମୁଜୀବ-ଭର-ରହମାନ ଗୋଟିଏ ଓିକେଟ ନେଇଥିଲେ । ଡିସେଁ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।