ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗନ୍ନାଥ ଙ୍କ ଭଜନ ” ଇଚ୍ଛା ନାହିଁ ପ୍ରଭୁ ” ର ପ୍ରସ୍ତୁତି| ଆଗକୁ ଆସୁଛି ଦୀପାବଳୀ ଉତ୍ସବ, ମା କାଳୀ ଙ୍କର ପୂଜା ସାରା ଦେଶ ଉତ୍ସବ ମୁଖର ହୋଇଉଠିବ । ଏହି ଦୀପାବଳୀ ଉତ୍ସବ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ଜଗନ୍ନାଥଙ୍କ ଭଜନ ” ଇଚ୍ଛା ନାହିଁ ପ୍ରଭୁ ” । ଏହି ଭଜନଟିକୁ ଲେଖିଛନ୍ତି ଶ୍ରୀଧର ବେହେରା ଯିଏକି ଜଣେ ପଥର କାରିଗର ଭାବରେ କାର୍ଯ୍ୟ କରନ୍ତି।
ସେ ବାସୁଦେବପୁର ମାଟିର ମଣିଷ ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ରୁ ସେ ଏହି ଭଜନଟିକୁ ଲେଖିଛନ୍ତି। ତାଙ୍କର ଏହି ଭଜନଟି ବେଶ୍ ଲୋକପ୍ରିୟ ହେବ ବୋଲି ସେ ଆଶା କରିଛନ୍ତି। ଏହି ଭଜନଟିକୁ ଗାଇଛନ୍ତି ଶ୍ରୀଚରଣ ମହାନ୍ତି , ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗଣେଶ ପ୍ରସାଦ ଏବଂ ଅଭିନୟ କରିଛନ୍ତି ନିଜେ ଲେଖକ ଶ୍ରୀଧର ବେହେରା ଏବଂ ଭଜନ ର ଭିଡିଓ ଗ୍ରାଫିକ୍ସ କରିଛନ୍ତି ଶିବାଜୀ ଦାସ ଯିଏକି ଏକାଧିକ ଆଲବନ ଗୀତ ର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଜଗନ୍ନାଥ ଭଜନଟି ମୁକ୍ତିଲାଭ କରିବ ଶ୍ରୀଧର ପି.କେ. ୟୁ ଟ୍ୟୁବ୍ ଚ୍ୟାନେଲ ରେ । ଭଜନଟି ପ୍ରସ୍ତୁତି ହୋଇଛି ଭଦ୍ରକ ଜିଲ୍ଲାର ଦିଗି ଜଗନ୍ନାଥଙ୍କ ମନ୍ଦିରରେ।
ଆଶା କରୁଛୁ ଭଜନଟି ଆପଣଙ୍କ ମନକୁ ସ୍ପର୍ଶ କରିବ। ଆପଣମାନେ ଏହି ଭଜନଟିକୁ ଲେଖିଥିବା ଶ୍ରୀଧରଙ୍କୁ ଉତ୍ସାହିତ କରିବା ସହିତ ତାଙ୍କ ଚ୍ୟାନେଲ କୁ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ ଢେହେରେସାରା ଭଲପାଇବା ଦିଅନ୍ତୁ ଯେପରି ସେ ଏହି ଭଳି ନୂଆ ନୂଆ ଭଜନ ଲେଖି ଆଗକୁ ଯାଇ ପାରିବେ।