କରଞ୍ଜିଆ ରେ ପାଳନ ହେଲା ୨୦୨୩ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ରେ ପାଳନ ହେଲା ୨୦୨୩ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ | ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷ ଭାବରେ ଘୋଷଣା କରାଯାଇଥିବା ବେଳେ ନଭେମ୍ବର ୧୦ ତାରିଖ ଅଥବା ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଲା ‘ମାଣ୍ଡିଆ ଦିବସ ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଇଛି । ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ମାଣ୍ଡିଆ ଦିବସ ପାଳନ କରୁଛନ୍ତି ରାଜ୍ୟ ସରକାର।

ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ସଭା ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି।କେବଳ ସେତିକି ନୁହେଁ ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ତେବେ ଏହି ପରିପେକ୍ଷୀରେ କରଞ୍ଜିଆ ରେ ମଧ୍ୟ ଆଜି ବହୁ ଆଡମ୍ବର ସହିତ ପାଳନ ହୋଇଯାଇଛି ମାଣ୍ଡିଆ ଦିବସ |

ଏଥିରେ ବ୍ଲକ ଏକାଉଣ୍ଟଟେଣ୍ଟ ଦେବସ୍ମିତା ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଏଡିଓ ରାମେଶ୍ୱର ନାୟକ, ବିଏଓ ଅଭିମନ୍ୟୁ ଅଣ୍ଡିଆ ସିଡିପିଓ ଭାରତୀ , ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ସର୍ବ ପ୍ରଥମେ ଫିତା କାଟି ମା ତାରିଣୀ ଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ କରିଥିଲେ ଏବଂ ଦୀପ ଉଜ୍ୟଳ କରିଥିଲେ ପରେ ମାଡଣ୍ଡିଆ ରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଖାଦ୍ୟ କୁ ଖାଇ ସମସ୍ତଙ୍କୁ ଖାଇବା କୁ କହିଥିଲେ ମାଣ୍ଡିଆ ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ତାହା ସର୍ବ ସାଧାରଣଙ୍କୁ ବୁଝେଇ ଥିଲେ |ଏଥିରେ ଓଡିଶା ମିଲେଟ ମିଶନ ର ସଦସ୍ୟ ବିସି ରଜତ କୁମାର ପାତ୍ର, ଏବିସି ନିବେଦିତା ପାଢି ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ |

Leave A Reply

Your email address will not be published.