ଲାଲୁଙ୍କ ପିଛା ଛାଡୁନି ଅଡ଼ୁଆ; ଆରଜେଡି ମୁଖ୍ୟଙ୍କ ୧୭ ଟି ସ୍ଥାନରେ ସିବିଆଇର ଚଢ଼ାଉ

0

ଚାରା ଦୁର୍ନୀତି ମାମଲାରେ ଜାମିନରୁ ମୁକ୍ତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ପୁଣି ବଢିଲା ସମସ୍ୟା। ଭ୍ରଷ୍ଟାଚାର ମାମଲାରେ ସିବିଆଇ ତାଙ୍କ ଅନେକ ସ୍ଥାନ ଉପରେ ଚଢ଼ାଉ କରୁଛି। ସିବିଆଇ ଟିମ୍ ପାଟନାରେ ପୂର୍ବତନ ସିଏମ୍ ଏବଂ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀଙ୍କ ବାସଭବନରେ ମଧ୍ୟ ପହଞ୍ଚିଛି।

ଅଭିଯୋଗ ହୋଇଛି ଯେ ଯେତେବେଳେ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ, ସେତେବେଳେ ସେ ରେଳବାଇରେ ତାଙ୍କର ଅନେକ ପରିଚିତ ବ୍ୟକ୍ତିଙ୍କୁ ଚାକିରି ଦେଇଥିଲେ। ଏହାର ପ୍ରତିବଦଳରେ ତାଙ୍କ ପରିବାର ସଦସ୍ୟ ଶସ୍ତା ଦରରେ ଜମି ପାଇଲେ। ସିବିଆଇ ସନ୍ଦେହ କରୁଛି ଯେ ଏହି ମାମଲାରେ ଜମି କିଣିବା ବଦଳରେ ଟଙ୍କା ମଧ୍ୟ ଦିଆଯାଇ ନାହିଁ। ସୂଚନାନୁସାରେ, ସିବିଆଇ ଟିମ୍ ଦିଲ୍ଲୀ ଏବଂ ବିହାରର ମୋଟ ୧୭ ଟି ସ୍ଥାନ ଉପରେ ଚଢ଼ାଉ କରୁଛି। ପାଟନା ସହିତ ଦିଲ୍ଲୀ ଏବଂ ଗୋପାଳଗଞ୍ଜରେ ମଧ୍ୟ ଚଢ଼ାଉ କରାଯାଇଛି। ଲାଲୁଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଲାଲୁ ଏବଂ ତାଙ୍କ ଝିଅ ମିସା ଭାରତୀଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ ହୋଇଛି। ସିବିଆଇ ଏହି ମାମଲାର ପ୍ରାଥମିକ ତଦନ୍ତ କରିଥିଲା, ପରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।ତେବେ ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

 

Leave A Reply

Your email address will not be published.