ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଏମ୍ସରେ ସିବିଆଇ ଚଢ଼ାଉ। ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ। ଭୁବନେଶ୍ବର ଏମ୍ସ ସମେତ ଏକାଧିକ ସ୍ଥାନରେ ଚଢ଼ାଉ। ଭୁବନେଶ୍ବର କଳ୍ପନା ସ୍ଥିତ ଏକ ଫ୍ଲାଟ୍, ଜଗତସିଂହପୁରରେ ଚଢ଼ାଉ। ଚଢ଼ାଉ କରି ବିପୁଳ କାଗଜପତ୍ର ଜବତ କଲା ସିବିଆଇ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ନେଇ ସିବିଆଇ ଏହି ଚଢ଼ଉ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିବିଆଇର ଏକାଧିକ ଟିମ୍ ଏମ୍ସ ଭୁବନେଶ୍ବର ସମେତ ଅନ୍ୟ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାଯାଇଛି।ସିବିଆଇର ଏହି ଚଢ଼ଉ ଅଭିଯାନରେ ଭୁବନେଶ୍ବରର କଳ୍ପନା ଅଞ୍ଚଳ ଓ ଜଗତସିଂହପୁରଜିଲ୍ଲା ମଧ୍ୟ ସାମିଲ ରହିଛି।