ବାହାନଗାରେ ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ସିବିଆଇ ଟିମ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର କାରଣ ଖୋଜିବା ପାଇଁ ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସିବିଆଇ ଟିମ୍ । ୧୦ରୁ ୧୨ ଜଣ ଅଧିକାରୀ ଦୁର୍ଘଟଣାସ୍ଥଳରେ କରୁଛନ୍ତି ତଦନ୍ତ । ସିପିଆରଓ ବିଶ୍ୱଜିତ୍ ସାହୁ କହିଛନ୍ତି, ରେଳମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସିବିଆଇର ସ୍ୱତନ୍ତ୍ର ଟିମ ଏହାର ତଦନ୍ତ କରୁଛି । ନିରପେକ୍ଷ ଭାବେ କିଭଳି ତଦନ୍ତ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସିବିଆଇ ସ୍ୱତନ୍ତ୍ର ଭାବେ ନିଜ ତଦନ୍ତ ଜାରି ରଖିଛି ।

ଏସବୁ ଭିତରେ ବାହାନଗା ଷ୍ଟେସନର ସିଗନାଲ ରୁମରେ ସିବିଆଇ ଟିମ୍ ତନାଘନା କରିଛି । ଦୁର୍ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ମଧ୍ୟ ଦେଖିଛି ଟିମ୍ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବଗି ଗୁଡିକର ମଧ୍ୟ ଯାଞ୍ଚ କରିବ ଟିମ୍ । ସନ୍ଦେହ ଘେରକୁ ଯିଏ ବି ଆସିବ ସିଏ ତଦନ୍ତ ପରିସରଭୁକ୍ତ ହେବ । ତେବେ କେଉଁ ଦିଗକୁ ନେଇ ତଦନ୍ତ ଆଗକୁ ବଢିବ ତାହା ସ୍ପଷ୍ଟ କରିନାହାନ୍ତି ସିପିଆରଓ । ଏହାବାଦ୍ କୌଣସି ରେଳ କର୍ମଚାରୀ ଫେରାର ନଥିବା କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.