ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ପ୍ରକାଶ ପାଇ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ପ୍ରକାଶିତ ଫଳ ଅନୁସାରେ ମୋଟ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ । ଗତ ଥର ଅପେକ୍ଷା ଏଥର ପାସ୍ ହାର କମ୍ । ଝିଅଙ୍କ ପାସ୍ ହାର- ୯୦.୬୮%, ପୁଅଙ୍କ ପାସ୍ ହାର ୮୪.୬୭% । ଗତଥର ଅପେକ୍ଷା ଏଥର ପାସ୍ ହାର ୫% କମ୍ ରହିଛି । ୯୯.୯୧% ପାସ୍ ହାର ସହ ଥିରୁବନନ୍ତପୁରମ୍ ରିଜିଅନ୍ ଶୀର୍ଷରେ ।
ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ । ଏଥିସହ digilocker.gov.in ରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ ହେବ । ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ଛାତ୍ରଛାତ୍ରୀମାନେ ସିବିଏସ୍ଇ ରେଜଲ୍ଟ ଡିଜିଲକର୍ ଆକାଉଣ୍ଟକୁ ଆକ୍ଟିଭେଟ୍ କରି ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍ ସିକ୍ୟୁରିଟି ପିନ୍ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ଅନୁବନ୍ଧିତ ସ୍କୁଲ୍ ଗୁଡ଼ିକୁ ଡିଜିଲକର୍ ସିକ୍ୟୁରିଟି ପିନ୍ ଶେୟାର କରାଯାଇଛି । ଅନ୍ୟପଟେ ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେହିପରି ଚଳିତବର୍ଷ ପ୍ରାୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।
ଡିଜିଲକର୍ ଆପ୍ ବ୍ୟତୀତ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଅନ୍ଲାଇନ୍ରେ ଏହି ୨ ୱେବ୍ସାଇଟ୍-www.cbse.gov.in ଓ www.results.cbse.nic.in ରେ ମଧ୍ୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।