ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ କଡ଼ା ସୁରକ୍ଷାରେ ଇଭିଏମ,୧୩ ତାରିଖରେ ଖୋଲିବ ଭାଗ୍ୟର ପେଡ଼ି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷାରେ ଇଭିଏମ । ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ପ୍ରଥମ ବଳୟରେ ଏକ ପ୍ଲାଟୁନ CRPF ମୁତୟନ । ଦ୍ୱିତୀୟ ସୁରକ୍ଷା ବଳୟରେ ରାଜ୍ୟ ପୋଲିସ ସଶସ୍ତ୍ର ବାହିନୀ । ତୃତୀୟ ସ୍ତରରେ ମୁତୟନ ଅଛନ୍ତି ଜିଲ୍ଲା ପୋଲିସ । ସିସିଟିଭି ସ୍କାନରରେ ରହିଛି ଇଭିଏମ ଓ ଭିଭିପାଟ ମେସିନ । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଡି. କେ. ତିୱାରୀ ଓ ଝାରସୁଗୁଡା ଜିଲ୍ଲାପାଳ ଷ୍ଟ୍ରଙ୍ଗ ରୁମ ଆସି ସ୍ଥିତି ପରଖିଛନ୍ତି । କୌଣସି ପରିସ୍ଥିତିରେ ବିନା ଅନୁମତିରେ କେହି ବି ଭିତରକୁ ଯାଇ ପାରିବେ ନାହିଁ।

୧୩ ତାରିଖ ଖୋଲିବ ଇଭିଏମ ପେଡ଼ି । ସକାଳ ୮ ଟାରୁ ଆରମ୍ଭ ହେବ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି । ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ରହିଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଭୋଟ ଗଣନା କରାଯିବ । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ହେବ । ପରେ ଇଭିଏମ ଭୋଟ ଗଣତି କରାଯିବ । ଅପରାହ୍ନ ୨ଟା ସୁଦ୍ଧା ଗଣତି ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ୍‌ ୭୯.୨୧ ପ୍ରତିଶତ ମତଦାନ ହୋଇଛି । ୧୩ରେ ଭୋଟ୍‌ ଗଣତି ପରେ ଜଣାପଡ଼ିବ କାହା ସପକ୍ଷରେ ରାୟ ଦେଇଛନ୍ତି ଜନତା ଜନାର୍ଦ୍ଦନ ।

Leave A Reply

Your email address will not be published.