ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ,ଲିଭର ଜନିତ ରୋଗରେ ପୀଡିତ ଥିଲେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ ଙ୍କ ପରଲୋକ । ଦୀର୍ଘ ଦିନ ହେବ ଲିଭର ଜନିତ ରୋଗ ରେ ପୀଡିତ ଥିଲେ ।। ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲ ରୁ ଚିକତ୍ସା ହୋଇ ଘରକୁ ଫେରିଥିବା ବେଳେ ଆଜି ଅପରାହ୍ନ ରେ କଟକ ସ୍ଥିତ ତଳତେଲେଙ୍ଗା ବଜ଼ାର ସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କଂଗ୍ରେସ ଦଳରେ ଦିର୍ଘଦିନ ଧରି କାର୍ଯ୍ୟ କରୁଥିଲେ । ଆଜି ସନ୍ଧ୍ୟା ରେ ଖାନ ନଗର ସ୍ମଶାନ ରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷ ରୁ ସୂଚନା ଦିଆଯାଇଛି ।

ବରିଷ୍ଠ ରାଜନେତା ତଥା ସମାଜସେବୀ ଅଶୋକ ସାମଲଙ୍କ ଅକାଳ ବିୟୋଗରେ ଓପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ସାମଲ କଂଗ୍ରେସ ଦଳରେ ଥିବାବେଳେ ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା।ତାଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି।ସ୍ବର୍ଗତ ସାମଲ ଜଣେ ବନ୍ଧୁବତ୍ସଳ,ଅମାୟିକ,ଭଦ୍ର,ପରୋପକାରି ସମାଜସେବୀ ଥିଲେ।ଏହିପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଓପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।

ରାଜ୍ୟର ବରିଷ୍ଠ ରାଜନେତା ତଥା କଟକ ସହରର ମୂରବୀ ଅଶୋକ ସାମଲଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ତାଙ୍କ ସହିତ ମୋର ସମ୍ପର୍କ ଅତି ଘନିଷ୍ଠ ଥିଲା। ସେଭଳି ଜଣେ ଅମାୟିକ, ଜନନେତାଙ୍କ ମୃତ୍ୟୁ କେବଳ କଟକ ସହର ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଭାବେ ମୋ ପାଇଁ ଏକ ବଡ଼ କ୍ଷତି। ଏପରି ଦୁଃଖଦ ସମୟରେ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ଆତ୍ମୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ବୋଲି କହିଛନ୍ତି ବାରବାଟି ବିଧାୟକ ମହମ୍ମଦ ମୋକୀମ ।

Leave A Reply

Your email address will not be published.