ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ କେନ୍ଦ୍ରସରକାରଙ୍କ ବଡ ଘୋଷଣା, ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ଟଙ୍କାର ସବସିଡି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ କେନ୍ଦ୍ରସରକାର ବଡ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ଶସ୍ତା ହେବାକୁ ଯାଉଛି ଘରୋଇ ଗ୍ୟାସ ସିଲିଣ୍ଡର । ଅଗଷ୍ଟ ୩୦ରୁ ସିଲିଣ୍ଡର ଦାମରେ ୨୦୦ ଟଙ୍କା ପର୍ୟ୍ୟନ୍ତ ଖସିବାର ସମ୍ଭବ ବୋଲି ଘୋଷଣା କରାଯାଇଛି । ରକ୍ଷାବନ୍ଧନର ଅବସରରେ ମୋଦି ସରକାର ଏପରି ଖୁସି ଖବର ଲୋକଙ୍କ ମଧ୍ୟରେ ବାଣ୍ଟିଛନ୍ତି । ସୂଚନା ଅନୁଯାୟୀ, ଏହା କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲୋକଙ୍କ ପାଇଁ ହିଁ ଉପଲବ୍ଧ ଅଟେ । କେନ୍ଦ୍ର ସରକାର ୨୦୨୨ ମସିହାରେ ପିଏମ ଉଜ୍ଜ୍ୱଳା ଯୋଜନାର ଲୋକଙ୍କୁ ଗୋଟିଏ ବର୍ଷରେ ୧୨ଟି ସିଲିଣ୍ଡର ଦେଉଛନ୍ତି । ଏହା ବ୍ୟତୀତ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡ ଦେବା ମଧ୍ୟ ଆରମ୍ଭ କରିଥିଲେ । ଯାହାକୁ ଏବେ ମାର୍ଚ୍ଚ ୩୧ ୨୦୨୪ ପର୍ୟ୍ୟନ୍ତ ସମୟ ସୀମା ବଢାଇ ଦେଇଛନ୍ତି । ଏହାପରେ ଏହି ଯୋଜନାରେ ଯେଉଁମାନେ ସିଲିଣ୍ଡର ପାଆନ୍ତି, ସେମାନଙ୍କୁ ୯୦୦ଟଙ୍କାର ଖର୍ଚ୍ଚ ଦେବାକୁ ପଡେ । ରକ୍ଷା ବନ୍ଧନ ଅବସରରେ ସରକାର ଶସ୍ତା ଏଲପିଜି ସିଲିଣ୍ଡର ଉପହାର ଦେଇପାରନ୍ତି। ମୁଦ୍ରାସ୍ଫୀତିରେ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି।

ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟମ କମ୍ପାନୀ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିଲା । ଅଗଷ୍ଟ ମାସରେ ରାଜଧାନୀ ଦିଲ୍ଲୀରେ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୧୧ଶହ ୩ ଟଙ୍କା ଥିଲା । ଏବେ ୨୦୦ ଟଙ୍କା ସବସିଡି ଦ୍ୱାରା ଗ୍ୟାସ ଦର କମିବ। ଯାହା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । ଦେଶରେ ୧୦ କୋଟିରୁ ଅଧିକ ହିତାଧିକାରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପାଉଛନ୍ତି। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୫୩ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି ।

Leave A Reply

Your email address will not be published.