ଆନ୍ଧ୍ର ପୋଲିସକୁ ଗୋ ବ୍ୟାକ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି ସେଠାକାର ଜନସାଧାରଣଙ୍କୁ ଭେଟିବା ସହ ‘ଉତ୍କଳ ଦିବସ’ ପାଳନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ । ଏଥି ସହ ଆନ୍ଧ୍ର ପୋଲିସ ଗୋ-ବ୍ୟାକର ନାରା ଦେଇଛନ୍ତି ଧର୍ମେନ୍ଦ୍ର ।

ଏଥିସହ ସୀମା ବିବାଦ ଉପରେ ଓ ଅନ୍ୟାନ୍ୟ ବିଷୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ ୬ ଜଣିଆ ବିଜେପି ବିଧାୟକ ମଧ୍ୟ ରହିଥିଲେ । କୋଟିଆରୁ କାର୍ଯ୍ୟକ୍ରମ ସାରି ସୁନାବେଡ଼ା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ । ସେଠାରେ ସେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ ନୂତନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ସହିତ କେନ୍ଦ୍ରମନ୍ତ୍ରୀ ପବିତ୍ର ଉତ୍କଳ ଦିବସରେ କୋରାପୁଟ ଜିଲ୍ଲାକୁ ପୁଣି ବଡ଼ ଉପହାର ଦେଇଛନ୍ତି, ସେ କହିଛନ୍ତି  କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ କୁଇ ଭାଷାରେ  ପାଠପଢ଼ା ହେବ  । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟକ୍ରମ ସାରି କୋରାପୁଟ ସର୍କିଟ ହାଉସ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ ସଂଧ୍ୟାରେ ବିଶାଖାପାଟଣାମ୍ ଯାଇଛନ୍ତି ।

 

Leave A Reply

Your email address will not be published.