ଓଡ଼ିଆ ନ୍ୟୁଜ୍:EVM ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସ୍ମିଟ୍।ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ। ଗତକାଲି ସଂଧ୍ୟାରେ ନୂଆପଡ଼ାକୁ ବାହାରୁ କୌଣସି ମେସିନ୍ ଆସିନାହିଁ’।ରାଜ୍ୟର ୩୦ ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି। ଗତକାଲି ଏକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା କି ଗଞ୍ଜାମ ଜିଲ୍ଲାରୁ ଏକ ଟ୍ରକ ଭର୍ତ୍ତି EVM ଆସିଛି। ଆଉ ତାକୁ ଲୁଚାଇ ନୂଆପଡ଼ା ଜିଲ୍ଲାପାଳ ରଖିଛନ୍ତି ଭୋଟ ସରିବା ପରେ କାଢିବେ । କିନ୍ତୁ ଏଥିରେ କୌଣସି ସତ୍ୟାସତ୍ୟ ନୁହେଁ । ତାହା କେବେ ବି ସମ୍ଭବ ନୁହେଁ ।କାହିଁକି ୩୦ଜିଲ୍ଲାରେ ଆମର EVM ପାଇଁ ୱାର ରୁମ୍ ରହିଛି ।
ପୋଲିସ ସୁରକ୍ଷାରେ ରହିଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ୱାର ହୱାସ ରହିଛି। ଆସନ୍ତା କାଲି ନୂଆପଡ଼ା ଉପ ନିର୍ବାଚନ ହେବାକୁ ଯାଉଛି । ସାମ୍ନାକୁ ଆସିଥିବା ଗୁରୁତ୍ତ୍ୱପୂର୍ଣ ଅଭିଯୋଗକୁ ଖଣ୍ଡନ କଲେ CEO। ଯେ ନୂଆପଡ଼ା ଉପ ନିର୍ବାଚନରେ କୌଣସି ଜିଲ୍ଲାର EVM ବ୍ୟବହାର ହେବାର ନାହିଁ। କୌଣସି ଜିଲ୍ଲାରୁ ଆସିନାହିଁ । ନୂଆପଡ଼ା ଜିଲ୍ଲାପାଳ କୌଣସି ଜିଲ୍ଲାରୁ ଗୋଟେ ଟ୍ରକ୍ EVM ଆସିନାହିଁ । ମୁଁ ନିଜେ କାଲି ଗଞ୍ଜାମର ୱାର ରୁମକୁ ଅନୁଧ୍ୟାନ କରିଛି । EVM ବିରୋଧରେ ଯେତିକି ଅଭିଯୋଗ ଆସିଛି ତାହା କେବେ ବି ପ୍ରମାଣିତ ହୋଇନାହିଁ ।
ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। ନୂଆପଡ଼ା ଓ ଓଡ଼ିଶାବାସୀ ମାନଙ୍କୁ ମୋର ଅନୁରୋଧ ଏମିତି ମିଥ୍ୟାକୁ ବିଶ୍ୱାସ କରନ୍ତୁ ନାହିଁ । ଗତକାଲି ସନ୍ଧ୍ୟା ସୁଦ୍ଧା ନୂଆପଡ଼ାକୁ କୌଣସି EVM ଆସିନାହିଁ । ବିଜୁ ଜନତା ଦଳ ପକ୍ଷରୁ ଏମିତି ଏକ ଅଭିଯୋଗ କରାଯାଇଥିଲା । ମୁଁ ସେହି ଦଳକୁ ତଥ୍ୟ ଦେବାକୁ କହିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ତଥ୍ୟ ପ୍ରମାଣ ପ୍ରଦାନ କରିନାହାନ୍ତି। ପଇସା ବଣ୍ଟନର ଭିଦିଓକୁ ମୁଁ ନିଜେ ଅନୁଧ୍ୟାନ କରିଛି ତାହା ଜିଲ୍ଲା ବାହାରର ବାହାରୁଛି ଆଉ କିଛି ୯ତାରିଖ ପୂର୍ବର ଭିଡିଓ ବୋଲି ଜଣା ପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଇସା ବଣ୍ଟନର ଖବର ନାହିଁ ।