ଆସନ୍ତାକାଲି ନୂଆପଡ଼ାରେ ପଡ଼ିବ ଭୋଟ୍‌

0

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ଉପରେ ଫୋକସ୍। ୩୫୮ଟି ବୁଥ୍‌ ପାଇଁ ନିୟୋଜିତ ହେବେ ୩୬୮ ପୋଲିଂ ପାର୍ଟି। ମୁତୟନ ହେବେ ୧୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ।୧୦୦ରୁ ଊର୍ଦ୍ଧ୍ବ ବୁଥ୍‌ରେ CAPF ମୁତୟନ ହେବେ। ଆଜି EVM ଧରି ବୁଥ୍‌କୁ ଯିବେ ପୋଲିଂ କର୍ମଚାରୀ।

ସୁରକ୍ଷାକୁ ଦେଖି ଅତି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ଅପରାହ୍ଣ ୪ଟାରେ ମତଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ସୁନାବେଡା ଅଞ୍ଚଳର ମାଓବାଦୀ ପ୍ରଭାବିତ ବୁଥ୍ ପାଇଁ ପୋଲିଂ ପାର୍ଟିକୁ ଭାରତୀୟ ବାୟୁସେନାର ବିମାନରେ ନିଆଯିବ । ଡିସ୍ପୋଜାଲ ସେଣ୍ଟରରେ ଅଛି ଇଭିଏମ ମେସିନ। ଆଜି ଏଠାରୁ ପୋଲିଂ ସେଣ୍ଟର ଯିବେ ପୋଲିଂ ଅଧିକାରୀ। ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨ଲକ୍ଷ ୫୩ ହଜାର ୬୨୪। ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮, ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୨୧। ଭୋଟର୍ ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬, ନୂଆ ଭୋଟର୍ ୯୪୨୯ ଏଵଂ ଦିବ୍ୟାଙ୍ଗ ଭୋଟର୍ ୩୯୮୮ ଜଣ ଅଛନ୍ତି ।

Leave A Reply

Your email address will not be published.