ଓଡ଼ିଆ ନ୍ୟୁଜ୍: ନିଲମ୍ବନକୁ ଗ୍ରହଣ କରିପାରୁନି କହିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର।ପ୍ରଥମ ଭୋଟ୍ ଦଳୀୟ ନିର୍ଦ୍ଦେଶରେ, ଦ୍ବିତୀୟ ଭୋଟ୍ ମୋ ଇଚ୍ଛାରେ ଦେଇଛି। ରାଜ୍ୟସଭା ନିର୍ବାଚନରେ ଦଳ ହୁଇପ୍ ଜାରି କରିବା କଥା ନୁହେଁ।ମୁଁ ବିଶ୍ବାସଘାତ କରିନି, ମାନବିକତା ଦୃଷ୍ଟିରୁ ମୁଁ ଭୋଟ୍ ଦେଇଛି।ମୁଁ ବିଜେଡି ସହ ଅଛି, ଆଗରୁ ଥିଲି, ଆଗକୁ ବି ରହିବି- ଚକ୍ରମଣି। ଦଳର ନୀତି ଆଦର୍ଶରେ ମୁଁ କାମ କରି ଆସିଛି, ଆଗକୁ ବି କରିବି।
ଶନିବାର ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶୋର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜେଡି ନିଲମ୍ବିତ କରିଥିଲା । ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।