ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ର ଲଞ୍ଚିଂ, ଦିନ ୨ଟା ୩୫ରେ ହେବ ଉତ୍‌କ୍ଷେପଣ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ର ଲଞ୍ଚିଂ, ଦିନ ୨ଟା ୩୫ରେ ହେବ ଉତ୍‌କ୍ଷେପଣ। ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଚନ୍ଦ୍ରାୟନ-୩ର ଲଞ୍ଚିଂ ତାରିଖ ଘୋଷଣା କରିଛି। ଏ ନେଇ ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି। ଟ୍ଵିଟ୍‌ରେ କୁହାଯାଇଛି ଯେ ଚନ୍ଦ୍ରାୟନ-୩କୁ ଜୁଲାଇ ୧୪ ଦ୍ୱିପ୍ରହରରେ ଲଞ୍ଚ୍‌ କରାଯିବ। ଇସ୍ରୋ ଟ୍ୱିଟରେ ଲେଖିଛି, ଚନ୍ଦ୍ରାୟନ-୩ର ପ୍ରତିକ୍ଷେପଣ ନେଇ ଘୋଷଣା। LVM3-M4 / ଚନ୍ଦ୍ରାୟନ-୩ ମିଶନର ଲଞ୍ଚିଂ ତାରିଖ ଏବେ ନିର୍ଦ୍ଧାରିତ ହୋଇଛି। ଏହା ଶ୍ରୀହରିକୋଟା ଏସ୍‌ଡିଏସ୍‌ସିରୁ ୨୦୨୩ ଜୁଲାଇ ୧୪ ତାରିଖ ଦିନ ୨ଟା ୩୫ରେ ଲଞ୍ଚ୍‌ ହେବ। ଏହାପୂର୍ବରୁ ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ବୁଧବାର ଚନ୍ଦ୍ରାୟନ-୩ ମହାକାଶଯାନକୁ ଏହାର ନୂଆ ଲଞ୍ଚିଂ ରକେଟ୍ LVM-3 ସହିତ ସଂଯୋଗ କରିଥିଲା।

ଚନ୍ଦ୍ରାୟନ-୨ ପରେ ଚଳିତ ମାସରେ ଚନ୍ଦ୍ରାୟନ-୩ ଲଞ୍ଚ ହେବାକୁ ଯାଉଛି। ଚନ୍ଦ୍ରାୟନ-୩ର ଲ୍ୟାଣ୍ଡିଂ ଟେକ୍ନିକ୍‌କୁ ନୂଆ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି। ଏହି ମିଶନରେ ଇସ୍ରୋ କେବଳ ଲ୍ୟାଣ୍ଡର ଓ ରୋଭର ପଠାଉଛି। ଏହି ମିଶନର ପୂରା ବଜେଟ୍‌ ରହିଛି ୬୫୧ କୋଟି ଟଙ୍କା। ଚନ୍ଦ୍ରଯାନ ମିଶନ ଅଧୀନରେ ଇସ୍ରୋ ଚନ୍ଦ୍ରରେ ପହଞ୍ଚିବାକୁ ଚାହୁଁଛି। ଭାରତ ପ୍ରଥମ ଥର ୨୦୦୮ରେ ଚନ୍ଦ୍ରଯାନ-୧କୁ ସଫଳତାପୂର୍ବକ ଲଞ୍ଚ୍‌ କରିଥିଲା। ଏହାପରେ ୨୦୧୯ରେ ଚନ୍ଦ୍ରଯାନ-୨ର ଲଞ୍ଚିଂରେ ଭାରତ ଅସଫଳ ରହିଥିଲା।

Leave A Reply

Your email address will not be published.