ଆଜି ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧିରେ ଧିରେ ସଫଳ ହେଉଛି ଭାରତର ଚନ୍ଦ୍ର ମିଶନ । ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଏବେ ସୁଦ୍ଧା ମୋଟ୍ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି । ଚନ୍ଦ୍ରରେ ପହଂଚିବା ପାଇଁ ଚନ୍ଦ୍ରଯାନକୁ ଆଉ ଏକ ତୃତୀୟାଂଶ ଦୂରତା ଅତିକ୍ରମ କରିବାକୁ ପଡ଼ିବ । ଏହି ଦୂରତାରେ ବି ଚନ୍ଦ୍ର ତାହାର ମାଧ୍ୟାକର୍ଷଣ ଦ୍ୱାରା ଚନ୍ଦ୍ରଯାନ-୩କୁ ନିଜ ଆଡକୁ ଟାଣିବ । ଏହା ସତ୍ୱେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଂଚିବା ପାଇଁ ଉଦ୍ୟମ କରିବ । ଏଥିପାଇଁ ଆଜିର ଦିନ ଚନ୍ଦ୍ରଯାନ-୩ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଆଜି ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ଭାରତୀୟ ସମୟ ରାତି ପ୍ରାୟ ୭ଟାରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରାଇବା ପାଇଁ ପ୍ରୟାସ ବା ଲୁନାର ଅର୍ବିଟ୍ ଇଞ୍ଜେକ୍ସନ୍ କରାଯିବ । ଏହାର ଅର୍ଥ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ପ୍ରଥମ କକ୍ଷପଥରେ ଛଡାଯିବ । ଏହା ପରେ ଆସନ୍ତାକାଲି ରାତି ପ୍ରାୟ ୧୧ଟାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ଛଡାଯିବ । ଅଗଷ୍ଟ ୯ରେ ତୃତୀୟ, ୧୪ରେ ଚତୁର୍ଥ ଓ ୧୬ରେ ୫ମ ଲୁନାର ଅର୍ବିଟ୍ ଇଞ୍ଜେକ୍ସନ୍ ଇସ୍ରୋ ପକ୍ଷରୁ କରାଯିବ । ଯଦି ଏହା ସଫଳ ହେଲା, ତେବେ ଚନ୍ଦ୍ରରେ ନୂଆ ନାଁ ଲେଖିବ ଭାରତ ।

 

Leave A Reply

Your email address will not be published.