ମାନିବାକୁ ପଡିବ ଚତୁରତାକୁ: ଦଶମ ପାସ ନକରି ୧୮ଙ୍କୁ ବାହା ହୋଇଛି ଠକ ଡାକ୍ତର ରମେଶ ସ୍ୱାଇଁ, ଧିରେ ଧିରେ ଖୋଲୁଛି ଗୁମର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଯେତିକି ଦିନ ଗଡୁଛି ଠକ ଡାକ୍ତର ରମେଶ ସ୍ୱାଇଁଙ୍କ  ଗୁମର ସେତିକି ଖୋଲୁଛି । ନକଲି ଡାକ୍ତର ମେଟ୍ରିକ୍ ଫେଲ ଜଣା ପଡ଼ିବା ପରେ ରାଜ୍ୟରେ ଏଭଳି ଲୋକଙ୍କ ସଂଖ୍ୟା ଆଉ କେତେଅଛି ତା  ଉପରେ ନଜର ରଖିଛି ପୋଲିସ୍   କାରଣ ଏଭଳି ଲୋକ ହିଁ ପରିବେଶକୁ ବର୍ବାଦ କରି ଦେଉଛନ୍ତି । ତେବେ ରସିକିୟା  ରମେଶ ସ୍ୱାଇଁକୁ ନେଇ ଏବେ ଚର୍ଚ୍ଚା ଦେଶ ସାରା ଚାଲିଛି ।

ମାଟ୍ରିକ ପାସ୍ କରିନାହିଁ ଏହି ଠକ ଡାକ୍ତର

ଏମବିବିଏସ ନୁହେଁ ମାଟ୍ରିକ ପାସ୍ କରିନାହିଁ ଏହି ଠକ ଡାକ୍ତର ରମେଶ। ସେ ରହୁଥିବା ପତ୍ରପଡା ଘରେ ପୋଲିସ ରେଡ଼ କରିଛି ଓ ପାଇଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରିମାଣ୍ଡରେ ଆଣି ଅଧିକପଚରା  ଉଚରା କରିବ କମିଶନରେଟ ପୋଲିସ ।

ଠକ ବୋଲି ଶୁଣି ନବବିବାହିତ ସ୍ତ୍ରୀ ବେହୋସ୍

ନିଜକୁ ଡାକ୍ତର କହୁଥିବା ରମେଶ ସ୍ୱାଇଁ ଜଣେ ମାଟ୍ରିକ ଫେଲ। ଜାଲ ତଥ୍ୟ ଓ ପରିଚୟ ଦେଇ ଏପର୍ଯ୍ୟନ୍ତ ୧୮  ଜଣଙ୍କୁ ବିବାହ କରିଥିବା ସୂଚନା ମିଳିଛି। ବହୁ ମହିଳାଙ୍କୁ ବିବାହ କରିବାକୁ ଫିକ୍ସ କରିଥିଲେ ଡେଟ। ଠକଙ୍କ ସମ୍ପର୍କରେ ଜାଣିବା ପରେ ବେହୋସ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନୂଆ ବାହା ହୋଇଥିବା ତାଙ୍କ  ଗୌହାଟୀର ଡାକ୍ତର ପତ୍ନୀ। କଟକ ଓ ବଡମ୍ବାରେ ଲାଇଭ ସ୍ପାନ ଚେନ ନାମକ କ୍ଲିନିକ କରିଥିଲେ। ବଡମ୍ବାରେ ୧୫ ଜଣ ମହିଳାଙ୍କୁ ଦରମା ନଦେଇ ଠକିଛନ୍ତି। କଟକରେ କିଛି ଡାକ୍ତରଙ୍କୁ ଦରମା ନାଁରେ ଫଲସ ଚେକ ଦେଇ ଠକିଛନ୍ତି। ଆହୁରି ମଧ୍ୟ କଟକରେ ଜଣେ ଡାକ୍ତରଙ୍କ ପୁଅଙ୍କ ଠାରୁ  ଲକ୍ଷ୍ନୌ ମେଡିକାଲ କଲେଜରେ ଆଡ଼ମିସନ କରିବାକୁ କହି ୬୦ ହଜାର ଟଙ୍କା ଠକିଛନ୍ତି।

ଏଯାଏଁ ରମେଶଙ୍କ ନାମରେ ୨ ଟି ମାମଲାରେ ତଦନ୍ତ ଚାଲିଛି। ଅନ୍ୟ ମହିଳାଙ୍କୁ ଯୋଗା ଯୋଗ କରାଯାଉଛି। ଆଜି ରମେଶଙ୍କୁ ରିମାଣ୍ଡରେ ଅଣାଯିବ। ତା ପରେ ଯାଇ ଅଧିକ ତଥ୍ୟ ସାମ୍ନାକୁ  ଆସିବ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।

ପାତ୍ରପଡ଼ା ଘରେ ରେଡ୍

କମିଶନରେଟ ପୋଲିସ ଠକ ରମେଶର ପାତ୍ରପଡାରେ ଥିବା ଘରେ ରେଡ଼ କରିଛି। ମହିଳାଥାନା ଅଧିକାରୀଙ୍କ ନେତୃତ୍ୱରେ ହୋଇଛି ରେଡ଼ ।ଏହି ସମୟରେ କିଛି କାଗଜପତ୍ର ମିଳିଛି। ରମେଶର କିଛି ବ୍ୟବସାୟ ଥିବା ଜଣାପଡୁଛି। ଅପରପକ୍ଷରେ ଘର ମାଲିକଙ୍କୁ ଡେପୁଟି ଡ଼ାଇରେକ୍ଟର କହି ଭଡା ନେଇଥିଲା। ୫୦୦ କୋଟିର ମାଲିକ ବୋଲି ଘର ମାଲିକକୁ  କହୁଥିଲା ।

Leave A Reply

Your email address will not be published.