ନବୀନ ଓଡ଼ିଆ ଶିଖିପାରିଲେନି: ବିଷ୍ଣୁଦେବ ସାଏ

0

ଓଡ଼ିଆ ନ୍ୟୁଜ୍: ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ।ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ୍‌ ମାଗିଲେ।ବିଜେଡି ଓ କଂଗ୍ରେସକୁ କଡ଼ା ସମାଲୋଚନା କଲେ ବିଷ୍ଣୁଦେବ ସାଏ।‘କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି’। ଆପଣମାନେ ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ। ବର୍ତ୍ତମାନର ବିଜେପି ସରକାରଙ୍କୁ ମଧ୍ୟ ଦେଖୁଛନ୍ତି।ଆମ ଦଳ ହେଉଛି ବିଶ୍ବର ସବୁଠାରୁ ବଡ଼ ରାଜନୈତିକ ଦଳ।

୨୪ ବର୍ଷ ଶାସନରେ ନବୀନ ବାବୁ ଓଡ଼ିଆ ଶିଖିପାରିଲେନି।କଂଗ୍ରେସ ପରିବାରବାଦକୁ ଛାଡ଼ି ପାରିନି, ମାତ୍ର ବିଜେପିରେ ଏହି ପରମ୍ପରା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡା ଗସ୍ତରେ ଯାଇଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଖି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେବାକୁ ଦଳ ଚିନ୍ତା କରିଛି।

Leave A Reply

Your email address will not be published.