ଉତ୍ତରପ୍ରଦେଶ ନିର୍ବାଚନକୁ ଆଉ କିଛି ଦିନ ରହିଥିବାବେଳେ ନିର୍ବାଚନ ପ୍ରଚାର ପାଇଁ ସମସ୍ତ ଦଳ ଜୋରସୋରରେ ଲାଗିପଡିଛନ୍ତି। ଏହାରି ଭିତରେ ଆଜି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ସାଦର ବିଧାନସଭା ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନ କାର୍ଯ୍ୟକ୍ରମ ପରେ ଗୋରଖପୁର କ୍ଲବରେ ମଧ୍ୟାହ୍ନ ୩.୩୦ ସମୟରେ ଏକ ଭୋଟର ସଚେତନତା ସମ୍ମିଳନୀ ଆୟୋଜିତ ହେବ | ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି।
ଗୋରଖପୁର ବିଧାନସଭାରୁ ବିଜେପି ପ୍ରାର୍ଥୀ ଭାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନାମାଙ୍କନପତ୍ରରେ ଅଂଶଗ୍ରହଣ କରିବା ପାଇଁ ସମ୍ମିଳନୀରେ ଯୋଗଦେବେ | କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ରାଜ୍ୟ ନିର୍ବାଚନ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂ ମଧ୍ୟ ଗୋରଖପୁରରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ବିମାନବନ୍ଦରକୁ ଯାଇ ଅମିତ ଶାହାଙ୍କୁ ସ୍ୱାଗତ କରିବେ ବୋଲି ସୂଚନା ରହିଛି।