ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଞ୍ଜି ନିବେଶକ ପାଇଁ ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୬ ଦିନିଆ ଜାପାନ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯାଉଛନ୍ତି । ଏହି ଗସ୍ତ ସମୟରେ ନବୀନ ଜାପାନ ରାଜଧାନୀ ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବେ । ମୁଖ୍ୟତଃ ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଜାପାନର କିଛି ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ । ଏହାସହ ଜାପାନ ସରକାରଙ୍କ କିଛି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର ଅଛି । କ୍ୟୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ । ସେହିପରି ଦୁବାଇରେ ନିବେଶକ ସମ୍ମିଳନୀରେ ୨୧ହଜାର କୋଟିର ପୁଞ୍ଜିନିବେଶ ଆସିବା ପରେ ଜାପାନରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । ବିଶେଷକରି ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରରେ ଜାପାନ ଅଧିକ ପୁଞ୍ଜିନିବେଶ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ପୂର୍ବରୁ ୨୦୧୮ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶା ସହ ବାଣିଜ୍ୟିକ ସମ୍ପର୍କ ମଜବୁତ୍ କରିଛନ୍ତି । ଏବେ ଜାପାନର ପ୍ରାୟ ୫୦ରୁ ଅଧିକ କମ୍ପାନି ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାରବାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ଅଧିକ ବଢ଼ାଇବାକୁ ଉଭୟ ଓଡ଼ିଶା ଓ ଜାପାନ ସରକାର ଆଶାବାଦୀ ଥିବା କୁହାଯାଉଛି । ସେହିପରି ଦୁବାଇରେ ନିବେଶକ ସମ୍ମିଳନୀରେ ୨୧ହଜାର କୋଟିର ପୁଞ୍ଜିନିବେଶ ଆସିବା ପରେ ଜାପାନରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ବିଶେଷକରି ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରରେ ଜାପାନ ଅଧିକ ପୁଞ୍ଜିନିବେଶ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ପୂର୍ବରୁ ୨୦୧୮ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶା ସହ ବାଣିଜ୍ୟିକ ସମ୍ପର୍କ ମଜବୁତ୍ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହାରେ ଲଣ୍ଡନ ଗସ୍ତରେ ଯାଇଥିବାବେଳେ ୨୦୨୨ରେ ଇଟାଲି ଓ ଦୁବାଇ ଗସ୍ତରେ ଯାଇଥିଲେ। ଇଟାଲି ଓ ଦୁବାଇ ଗସ୍ତର ପ୍ରଥମ ଦିନରେ ନବୀନ ଇଟାଲୀର ରୋମ ସହରରେ ପହଞ୍ଚିବା ପରେ ନବୀନ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମାଲହୋତ୍ରାଙ୍କୁ ଭେଟିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀ ୬ ଦିନ ରହିଥିଲେ। ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍କୁ ତାଙ୍କୁ ନିମନ୍ତ୍ରଣ କରଯାଇ ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡିଶାରେ ହୋଇଥିବା ରୂପାନ୍ତିକରଣ ଉପରେ ବର୍ତ୍ତା ଦେଇଥିଲେ ନବୀନ । କିପରି ଖାଦ୍ୟ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ତଥ୍ୟ ରଖିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ସହ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବା, କୃଷି କ୍ଷେତ୍ରରେ ରାଜ୍ୟ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସେ ଅବଗତ କରାଇଥିଲେ । ତେବେ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ର ଏକ୍ଜିକ୍ୟୁଟିଭ୍ ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ଆଲୋଚନା କରିଥିଲେ। ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ମଡେଲ୍ ଷ୍ଟେଟ୍ ହୋଇଛି । କିଭଳି ଓଡ଼ିଶାରେ ବିପର୍ଯ୍ୟୟ ବେଳେ ମୁକାବିଲା କରୁଛି ସେ ସମ୍ପର୍କରେ ସାରା ବିଶ୍ୱ ଆଗରେ ମତ ରଖିଥିଲେ ନବୀନ । ଏହି ଗସ୍ତ ସମୟରେ ୟୁରୋପର ବିଭିନ୍ନ ଦେଶ ନେଦରଲ୍ୟାଣ୍ଡ, ଜର୍ମାନୀ, ବେଲିଜିୟମ୍, ଇଟାଲିରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଭେଟିଥିଲେ । ଏହି ଅବସରରେ ନବୀନ ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସ୍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଇଟାଲୀ ଗସ୍ତ ସାରି ଦୁବାଇରେ ପହଞ୍ଚିଥିଲେ ନବୀନ । ସେଠାରେ ପୁଜିଂ ନିବେଶକାରୀ ସମ୍ମିଳନୀରେ ଯୋଗଦେଇଥିଲେ।