ପିଲାମାନେ ମାତୃଭାଷା ସହିତ ହିନ୍ଦୀ ଶିଖିବା ଉଚିତ୍: ଅମିତ୍ ଶାହା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାଷା ସଂରକ୍ଷଣକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ଦେଶର ସ୍ଥାନୀୟ ଭାଷାଗୁଡ଼ିକୁ ସଂରକ୍ଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗୁଜରାଟ ଗସ୍ତରେ ଅହମ୍ମଦାବାଦ୍‌ଠାରେ ଥିବା ଭାରତୀୟ ଶିକ୍ଷା ସଂସ୍ଥାନ(ଆଇଆଇଟିଇ)ର ଦୀକ୍ଷାନ୍ତ ସମାରୋହରେ ସ୍ନାତକୋତ୍ତର ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ଶାହା ସ୍ନାତକ ଛାତ୍ରମାନଙ୍କୁ ସଂସ୍କୃତ ଭାଷା, ଉପନିଷଦ ଏବଂ ବେଦରେ ଉପଲବ୍ଧ ଜ୍ଞାନର ସମ୍ପଦ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ସେ ଇଂରାଜୀ ବିରୋଧୀ ନୁହଁନ୍ତି, କାରଣ ଭାରତ ଏପରି ଦେଶ, ଯାହା କୌଣସି ପ୍ରକାରର ଜ୍ଞାନକୁ ବିରୋଧ କରିପାରିବ ନାହିଁ।

Leave A Reply

Your email address will not be published.