ଓଡ଼ିଆ ନ୍ୟୁଜ୍: ପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’। ସେ ଏକ ସନ୍ତାନକୁ ଜନ୍ମ ଦେଇଛି। ଫଳରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବୁଧବାରବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ ଦେଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ। ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି।
ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ନୂଆ ଅତିଥିର ଆଗମନରେ ପଶୁପ୍ରେମୀଙ୍କ ମଧ୍ୟରେ ଖୁସିର ବାତ୍ତାବରଣ ଖେଳିଯାଇଛି। ତେବେ ୨୦୨୪ ମସିହ ଡ଼ିସେମ୍ବର ୩୦ ତାରିଖରେ ସିମ୍ପାଞ୍ଜି ଜୁଲୁର ମୃତ୍ୟୁ ହୋଇସାରିଛି। ବାର୍ଦ୍ଧକ୍ୟରେ ପୀଡିତ ହେତୁ ଜୁଲୁର ମୃତ୍ୟୁ ହୋଇଥିଲା। ପମ୍ପେ୍ଟା ସହ ମିଳନରୁ ‘ଜୁଲୁ’ର ବଂଶ ବିସ୍ତାର ହୋଇଥିଲା।