ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭାରତର ଶତ୍ରୁ ଚୀନ୍ ନିଜର ବିସ୍ତାରବାଦୀ ନୀତି ଯୋଗୁ ଅନେକ ଦେଶ ସହ ଚୁକ୍ତି କରିଛି । ବିଶେଷ କରି ଚୀନର ସୀମାକୁ ଲାଗି ରହିଥିବା ସମୁଦ୍ରରେ ଡ୍ରାଗନ ନେଭି ଅନ୍ୟ ଦେଶକୁ ହଇରାଣ ହରକତ କରିବା ସହ ଫସାଇବାକୁ ଚେଷ୍ଟା କରେ । ଆଉ ଧରାପଡିଲେ ଏହାକୁ ଫଣ୍ଡନ କରେ । ଖାସ୍ ସେଥିପାଇଁ ମିଛୁଆ ଭାବେ ଚୀନ ବିଶ୍ବରେ ପରିଚିତ । ନିକଟରେ ହୋଇଥିବା ଏକ ଘଟଣାରୁ ଜଣାପଡିଛିଯେ ଚୀନ ନିଜ ଜାଲରେ ନିଜେ ଫସିଛି । ଆମେରିକା ଏ ନାଟୋ ଦେଶର ଭେସେଲକୁ ଫସାଇବା ପାଇଁ ଚୀନ ବିଛାଇଥିବା ଜାଲରେ ନିଜେ ଡ୍ରାଗନ ଫସିଛି ।
ଫଳସ୍ୱରୁପ ଚୀନର ପାଖାପାଖି ୫୫ ଜଣ ନୌସୈନିକ ସମୁଦ୍ର ଜଳରେ ସମାଧି ନେଇଛନ୍ତି । ଏକ ବ୍ରିଟଶ ଗୁଇନ୍ଦା ରିପୋର୍ଟ ଅନୁଯାୟୀ , ଚୀନର ଶାନଡୋଙ୍ଗ ପ୍ରଦେଶ ନିକଟସ୍ଥ ୟେଲୋ ସି’ ଡ୍ରାଗନ ପାଣି ତଳେ ଚୀନ ଓ ଆଙ୍କର ବ୍ୟବସ୍ଥାର ଉପଯାଗ କରିଥିଲେ । ଆମେରିକା ଓ ନାଟୋ ଦେଶର ଉସେଲକୁ ଫସାଇ ନିଜ ଅକ୍ତିଆରକୁ ନେବା ପାଇଁ । ହେଲେ କୁହାଯାଏ ‘ଯିଏ ଅନ୍ୟ ପାଇଁ ଗାତ ଖୋଳେ , ସିଏ ଦିନେ ଗାତରେ ହିଁ ପଡେ’ । ଠିକ ଏମିତି କିଛି ହୋଇଛି ୟେଲୋ ସି’ ଡ୍ରାଗନ ଦ୍ୱାରା ବିଛାଯାଇଥିବା ଏହି ଚେନ ଓ ଆଙ୍କର ଜାଲର୍ ଛନ୍ଦି ହୋଇ ଯାଇଥିଲା ଚୀନର ୦୯୩-୪୧୭ ନମ୍ବରର ସବମେରାଇନ । ଯାହା ଦ୍ୱାରା ଏହାର ଅକ୍ସିଜେନ ବ୍ୟବସ୍ଥା ଖରାପ ହୋଇଯିବାରୁ କ୍ରିଉ ସଦସ୍ୟମାନଙ୍କ ପାଇଁ ଏହା ବିଷ ପାଲଟିଯାଇଥିଲା । ଫଳରେ ବିଷକ୍ରିୟାରେ ଚୀନର ସବମେରାଇନରେ ଥିବା ୫୫ ଜଣ ନୈସୈନିକ ପ୍ରାଣ ହରାଇଛନ୍ତି । ଏପରିକି ପରିସ୍ଥିତି ଏତେ ଭୟାବହ ହୋଇଥିଲା ଯେ ଏହାକୁ ସଜାଡିବା ପାଇଁ ସବମେରାଇନକୁ ଉପରକୁ ଆଣିବାକୁ ଦୀର୍ଘ ୬ ଘଂଟା ଲାଗି ରହିଥିଲା । ତେବେ ବେଜିଂ ପ କ୍ଷରୁ ଏହି ଖବରକୁ ଖଣ୍ଡନ କରାଯିବା ସହ ଗୁଜବ ବୋଲି କୁହାଯାଉଛି । ଚୀନର ଏପରି ଆଚରଣ କଛି ନୂଆ ନୁହେଁ ଆଗରୁ ଅନେକ ଥର ଚୀନ ମିଛୁଆ ବୋଲି ପ୍ରମାଣିତ ହୋଇସାରିଛି ।
ସୁଚନାଅନୁସାରେ ଶତ୍ରୁର ସବମେରାଇନକୁ ପାଣିରେ ଅଧିକ ସମୟ ବୁଡାଇ ରଖି ଧ୍ୱଂସ କରିବା ପାଇଁ ଚେନ ଓ ଆଙ୍କର ବ୍ୟବସ୍ଥାର ଉପେଯାଗ କରିଥାଏ । କିନ୍ତୁ ଆମେରିକା ଇଂଲଣ୍ଡ ପାଖରେ ଏହାର କାଉଣ୍ଟଟେକ୍ନୋଲୋଜି ମଧ୍ୟ ରହିଛି । ଯାହାର ପ୍ରୟୋଗରେ ସବମେରାଇନ ସଦସ୍ୟଙ୍କ ପାଇଁ କାର୍ବନ ଡାଇଅକ୍ସସାଇଡକୁ ଅକ୍ସିଜେନରେ ପରିବର୍ତନ କରାଯାଏ । ଏଣୁ ଆବଶ୍ୟକତାଠାରୁ ଅଧିକ ସମୟ ପାଇଁ ସବମେରାଇନ ପାଣି ତଳେ ରବିପାରରେ । ତଥାପି ସୁଧୁରୁନି ଚୀନ ଏଣୁ କୁହାଯାଏକି ଯେ ପାଞ୍ଚେ ପରର ମନ୍ଦ , ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।