ହେଡିଙ୍ଗ୍‌ଲି ଟେଷ୍ଟରେ ଭାରତ ୪୭୧ରେ ଅଲଆଉଟ୍‌

0

ଓଡ଼ିଆ ନ୍ୟୁଜ୍: ହେଡିଙ୍ଗ୍‌ଲି ଟେଷ୍ଟରେ ଭାରତ ୪୭୧ରେ ଅଲଆଉଟ୍‌।ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ଟଙ୍ଗଙ୍କୁ ୪ଟି ଲେଖାଏଁ ୱିକେଟ୍‌।୩ ବ୍ୟାଟରଙ୍କ ଶତକ ସତ୍ତ୍ବେ ନିରାଶ କଲେ ଟେଲ୍‌ ଏଣ୍ଡର।ମାତ୍ର ୪୧ ରନ୍‌ରେ ପଡ଼ିଲା ଶେଷ ୭ ୱିକେଟ୍‌।ଦ୍ଵିତୀୟ ଦିନରେ ଋଷଭ ପନ୍ତ ୧୩୪ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୪୭ ରନ କରିଛନ୍ତି। ଓପନର ଜୟସ୍ବାଲ ୧୦୧ ରନର ଶତକୀୟ ଇନିଂସ ଖେଳିଛନ୍ତି। ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୫୯/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା।

ଆଶା କରାଯାଉଥିଲା ଦଳ ଅନ୍ତତଃ ୫୦୦ ସ୍କୋର କରିବ। ଦ୍ଵିତୀୟ ଦିନର ପ୍ରଥମ ସେସନରେ ୧୨୭ ରନ କରି ଅପରାଜିତ ଥିବା ଅଧିନାୟକ ଶୁଭମନ ଗିଲ୍ ଓ ଋଷଭ ପନ୍ତ ଭଲ ବ୍ୟାଟିଂ କରିଥିଲେ। ଉଭୟ ଆଜି ଚତୁର୍ଥ ଓ୍ଵିକେଟ୍‌ରେ ୭୧ ରନ ଯୋଡ଼ିଥିଲେ।ତେବେ ୪୩୦ ରନ ସ୍କୋରରେ ଭାରତ ଚତୁର୍ଥ ଓ୍ଵିକେଟ୍ ହରାଇଥିଲା। ଗିଲ୍ ୧୪୭ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଗିଲ୍ ଓ ପନ୍ତ ଚତୁର୍ଥ ଓ୍ଵିକେଟ୍ ଭାଗିଦାରୀରେ ୨୦୯ ରନ ଯୋଡ଼ିଥିଲେ। ଅନ୍ୟପଟେ ପନ୍ତ ଟେଷ୍ଟ କ୍ୟାରିୟରରେ ସପ୍ତମ ଶତକ ହାସଲ କରିଥିଲେ।ଗିଲ୍‌ଙ୍କ ପରେ ୮ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିବା କରୁଣ ନାୟର ଖାତା ଖୋଲି ପାରି ନଥିଲେ।

ଶତକ ପରେ ଦ୍ରୁତ ବ୍ୟାଟିଂ କରୁଥିବା ପନ୍ତ ଏଲବିଡବ୍ଲ୍ୟୁ ହୋଇଥିଲେ। ସେ ୧୭୮ ବଲ୍‌ରେ ୧୨ ଚୌକା ଓ ୬ ଛକା ସହ ୧୩୪ ରନର ଦମଦାର ଇନିଂସ ଖେଳିଥିଲେ। ଏହା ପରେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଶାର୍ଦ୍ଦୁଳ ଠାକୁର ୧ ରନ, ବୁମରା ୦, ରବିନ୍ଦ୍ର ଜାଡ଼େଜା ୧୧ ରନ ଓ ପ୍ରସିଦ୍ଧ କୃଷ୍ଣା ୧ ରନ କରି ଆଉଟ୍ ହୋଇଥିଲେ। ଏକଦା ୪୩୦ ରନରେ ୩ ଓ୍ଵିକେଟ୍ ହରାଇ ବେଶ ମଜବୁତ ସ୍ଥିତିରେ ଥିବା ଭାରତ ଶେଷ ୭ ଓ୍ଵିକେଟ୍ ମାତ୍ର ୪୧ ରନରେ ହରାଇ ୪୭୧ ରନରେ ଅଲଆଉଟ୍ ହୋଇଛି।

Leave A Reply

Your email address will not be published.