ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବନ୍ୟାରେ ଉବୁଡୁବୁ ହେଉଛି ଚୀନ । ସ୍ଥିତି ସଙ୍ଗୀନ । ବାତ୍ୟା ‘ଡୋକ୍ସୁରି’ ପ୍ରଭାବ ଯୋଗୁଁ ଗତ ଅଳ୍ପ କେତେ ଦିନ ହେବ ଚୀନ୍ର ରାଜଧାନୀ ବେଜିଙ୍ଗ୍ରେ ଯେଉଁ ପରିମାଣରେ ବର୍ଷା ହୋଇଛି, ତାହା ଅନ୍ୟୂନ ୧୪୦ ବର୍ଷ ମଧ୍ୟରେ ହୋଇ ନ ଥିଲା ବୋଲି ‘ଆସୋସିଏଟ୍ ପ୍ରେସ୍’ ରିପୋର୍ଟ କରିଛି। ବର୍ଷା ପାଣିରେ ରାସ୍ତାଘାଟ ସବୁ କେନାଲ୍ ପାଲଟି ଯିବାରୁ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀକାଳୀନ ଟିମ୍ ‘ରବର୍ ବୋଟ୍’ ବ୍ୟବହାର କରିଥିଲେ।
ଶନିବାରରୁ ବୁଧବାର ସକାଳ ସୁଦ୍ଧା ବେଜିଙ୍ଗ୍ରେ ୭୪୪.୮ ମିଲିମିଟର୍ ବା ୨୦.୩ ଇଞ୍ଚ୍ ବର୍ଷା ରେକର୍ଡ କରାଯାଇଥିବା କଥା ‘ବେଜିଙ୍ଗ୍ ମେଟେଓରୋଲୋଜିକାଲ୍ ବ୍ୟୁରୋ’ ବୁଧବାର ଦିନ କହିଛି।