ଆତଙ୍କବାଦ ପ୍ରସଙ୍ଗରେ ଆଜି SCOର ଗୁରୁତ୍ୱପୂର୍ଣ୍ଣ ବୈଠକ; ଭାରତ ବ୍ୟତୀତ ପାକିସ୍ତାନ, ଚୀନ୍ ଏବଂ ଋଷିଆ ମଧ୍ୟ ସାମିଲ

0

ସୋମବାର ନୂଆଦିଲ୍ଲୀରେ ସାଂଘାଇ ସହଯୋଗ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଆଞ୍ଚଳିକ ଆତଙ୍କବାଦ ବିରୋଧୀ ଢାଞ୍ଚାକୁ ନେଇ ଏହି ବୈଠକ ଅନୁଷ୍ଠିତ ହେଉଛି। ବିଶେଷ କଥା ହେଉଛି ଏହି ସଭାରେ ପାକିସ୍ତାନର ତିନିଜଣିଆ ପ୍ରତିନିଧୀ ଦଳ ମଧ୍ୟ ଭାଗ ନେଉଛନ୍ତି। ଏହି ସଭା ସକାଳ ୯ ଟାରୁ ଆରମ୍ଭ ହୋଇଛି | ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଏହି ବୈଠକ ଅନୁଷ୍ଠିତ ହେଉଛି।

SCO ର ଏହି ବୈଠକ ୧୬-୧୯ ମେ ପର୍ଯ୍ୟନ୍ତ ଚାଲିବ। ୨୦୨୦ ମସିହାରେ ଭାରତ ଏବଂ ଚୀନ୍ ସୀମାରେ ଦୁଇ ସେନାର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଭାରତରେ ପ୍ରଥମ ଥର ପାଇଁ ଏହି ବୈଠକ ଆୟୋଜନ କରାଯାଉଛି। ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ସହିଦ ହୋଇଥିବାବେଳେ ଏହି ସଂଘର୍ଷରେ ଅନେକ ଚୀନ୍ ସୈନିକ ମଧ୍ୟ ନିହତ ହୋଇଥିଲେ। ଚୀନ୍‌ ପକ୍ଷରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ସଂଗଠନର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ପାକିସ୍ତାନର ଏକ ପ୍ରତିନିଧୀ ଦଳ ଏଥିରେ ଭାଗ ନେବାକୁ ଭାରତ ଆସୁଛନ୍ତି। କରୋନା ମହାମାରୀ ହେତୁ ଚୀନ୍‌ର ପ୍ରତିନିଧୀ ଦଳ ଏହି ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ। ତେବେ ଭାରତରେ ଚୀନ୍ ଦୂତାବାସର ଅଧିକାରୀମାନେ ଏଥିରେ ସାମିଲ ହେବେ। ତେବେ ଦୀର୍ଘ ଦିନ ଧରି ଭାରତ ଏବଂ ପାକିସ୍ଥାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ।

Leave A Reply

Your email address will not be published.