ଜୁନ ୨୦୨୦ରେ ପୁର୍ବ ଲଦାଖର ଗଲୱାନ ଉପତ୍ୟାକାରେ ଚୀନ ଓ ଭାରତୀୟ ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଚୀନର ୩୮ ପିଏଲ୍ଏ ସୈନିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାୟ ଦେଢ଼ ବର୍ଷ ପରେ ଏଭଳି କିଛି ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା କରିଛି ଅଷ୍ଟ୍ରେଲିଆ ଖବର କାଗଜ ସଂସ୍ଥା ‘ ଦି କ୍ଲାକ୍ସନ୍’ । ରିପୋର୍ଟରେ ଦର୍ଶାଯାଇଛି ଯେ ଗାଲୱାନ ଉପତ୍ୟାକାରେ ହୋଇଥିବା ହିଂସାକାଣ୍ଡରେ ଚୀନର ବ୍ୟାପକ କ୍ଷତି ହୋଇଛି । ପୁଣି ଥରେ ବିଶ୍ୱ ସମ୍ମୁଖରେ ଚୀନର ମିଛ ପଦାକୁ ଆସିଛି ଯାହାପରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ଚୀନ । ଚୀନର ସ୍ୱିକାରୋକ୍ତି ତୁଳନାରେ ୯ ଗୁଣା ଅଧିକା ସୈନିକ ମରିଛନ୍ତି । ସେହି ରାତିରେ ଗଲୱାନ ନଦୀର ପ୍ରଖର ସ୍ରୋତରେ ଅତି କମରେ ୩୮ ଜଣ ଚୀନ ସୈନିକ ଭାସିଯାଇ ମୃତ୍ୟୁ ହୋଇଥିବା ସହ ଏକ ଅସ୍ଥାୟୀ ସେତୁ ନିର୍ମାଣକୁ ନେଇ ଜୁନ ୧୫ରେ ଏହି ଲଢ଼େଇ ଆରମ୍ଭ ହୋଇଥିବା ନେଇ ଚାଇନାର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦର୍ଶାଯାଇଛି । ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ୨୦ ବୀର ଯବାନ ସହିଦ ହୋଇଥିଲେ । ଲୁହାକଣ୍ଟାରେ ଯବାନଙ୍କୁ ଆକ୍ରମଣ କରିଥିଲେ ଚୀନ ସେନା ହେଲେ ବିନା ହାତ ହତିଆରରେ ଡ୍ରାଗନ ଆର୍ମିକୁ ମୁହଁତୋଡ ଜବାବ ଦେଇଥିଲେ ଭାରତୀୟ ସେନା ।