ଶ୍ରୀଲଙ୍କାରେ ବନ୍ଦରରେ ଲାଗିବ ଚୀନର ଗୁଇନ୍ଦା ଜାହାଜ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସୁଛି ଚୀନର ଗୁଇନ୍ଦା ଜାହାଜ । ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଲାଗିବ ଚୀନର ଏହି ଗୁଇନ୍ଦା ଜାହାଜ । ସବୁଜ ସଂକେତ ଦେଲା ଶ୍ରୀଲଙ୍କା। ଭାରତ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଏହି ବିବାଦୀୟ ଜାହାଜକୁ ଅନୁମତି ଦେଇଛି ଶ୍ରୀଲଙ୍କା। ଭାରତର ସାମରିକ କାର୍ୟ୍ୟକଳାପ ଉପରେ ଚୀନର ଏହି ଜାହାଜ ଗୁଇନ୍ଦାଗିରି କରିବା ଆଶଙ୍କା କରାଯାଉଛି।

ଚୀନ୍ର ଏହି ଜାହଜା ଓ୍ଵାନ୍ ଓ୍ଵାଙ୍ଗ୍ ଫାଇଭ୍କୁ ଗବେଷଣା ଏବଂ ସର୍ଭେ ଜାହାଜ ଭାବେ ମାନ୍ୟତା ମିଳିଛି। କିନ୍ତୁ ପ୍ରକୃତରେ ଏହା ଗୁଇନ୍ଦାଗିରି କରୁଥିବା କୁହାଯାଉଛି। ଚୀନ୍ ର ଏହି ଜାହାଜକୁ ନେଇ ବେଜିଂ ଉପରେ ସଂଦେହ ପ୍ରକାଶ କରିଛି ଭାରତ । ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଅଗଷ୍ଟ ୧୧ରେ ଲାଗିଥାନ୍ତା ଓ୍ଵାନ୍ ଓ୍ଵାଙ୍ଗ । କିନ୍ତୁ ଭାରତର ଆପତ୍ତି ପରେ ଜାହାଜ ପଠାଇବାକୁ ମନା କରିଥିଲା କଲମ୍ବୋ। ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଥିଲ। ଜାହାଜକୁ ପୁଣି ଅନୁମତି ମିଳିଛି । ଆସନ୍ତା ୧୬ରେ ଶ୍ରୀଲଙ୍କା ବନ୍ଦରରେ ପହଂଚିବ ବୋଲି ଚୀନ୍ ସୂତ୍ରରୁ ଜଣାପଡ଼ିଛି। ଜାହାଜକୁ ଅନୁମତି ନଦେବାକୁ ଶ୍ରୀଲଙ୍କା ଉପରେ ଭାରତ ଚାପ ପକାଇଥିବା ବେଜିଂ ଅଭିଯୋଗ କରିଥିଲା। ତେବେ ଭାରତ ଏହାକୁ ଖଣ୍ଡନ କରିଥିଲା ।

Leave A Reply

Your email address will not be published.