ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ। ଏମଭିଜେଏଚଇଏଚଏଆଇ ୫୦୫ ନାମକ ଚୀନ ଜାହାଜ ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନଦେବାରୁ ଜାହାଜକୁ ଅଟକ ରଖାଯାଇଛି।
ବକେୟା ନଦେବାରୁ ହାଇକୋର୍ଟ ଙ୍କ ଦ୍ଵାରସ୍ଥ ହୋଇଥିଲେ କମ୍ପାନୀ ମାଲିକ। ହାଇକୋର୍ଟଙ୍କ ନିର୍ଦେଶ ପରେ ଜାହାଜକୁ ଅଟକ ରଖିଛନ୍ତି କୁଜଙ୍ଗ ସବ୍ ଜଜ୍। ଜାହାଜଟି ଜର୍ଜିଆରୁ ଆମେନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା। କୋର୍ଟଙ୍କ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜଟି ବନ୍ଦରରେ ଅଟକି ରହିବ। ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କମ୍ପାନୀ। ଗତକାଲି ଏହି ଜାହାଜଟି ପାରାଦୀପ ବନ୍ଦରର NOJ ବର୍ଥରେ ଲାଗିବା ପରେ ଅଟକ ରଖିଥିଲେ କୁଜଙ୍ଗ ସବଜଜ୍।
କୋର୍ଟଙ୍କ ଆଦେଶ ନ ଆସିବା ଯାଏ ପାରାଦୀପ ବନ୍ଦରରେ ଜାହାଜ ଅଟକି ରହିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ପାରାଦୀପ ପୋର୍ଟରୁ ଏକ ବିଦେଶୀ ଜାହାଜରୁ କୋକେନ ଜବତ ହେବା ପରେ ୮ ମାସ ହେବ ଅଟକି ରହିଛି ଏହି ଜାହାଜ।