ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀ ଭୂୟାଁଙ୍କୁ ୨ ଟି ସ୍ବର୍ଣ୍ଣ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀ ଭୂୟାଁଙ୍କୁ ୨ଟି ସ୍ବର୍ଣ୍ଣ। କାନାଡ଼ାରେ ଆୟୋଜିତ ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଚିନ୍ମୟୀ ଭୂୟାଁ ୨ଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ପୁଲିସରେ କାର୍ଯ୍ୟରତ କରାଟେକା ଚିନ୍ମୟୀ ଫାଇଟ୍‌ର ୬୦ କେଜି ବ୍ୟକ୍ତିଗତ ବର୍ଗ ସହ ଦଳଗତ ଫାଇଟ୍‌ରେ ଏହି ପଦକ ଜିତିଥିଲେ। ୨୫ ସେପ୍ଟେମ୍ବର ୨୦୧୫ରେ ଚିନ୍ମୟୀଙ୍କଠୁ ଭୁବନେଶ୍ବର ରାସ୍ତାରେ ସୁନା ଚେନ୍‌ ଓ ମୋବାଇଲ ଦୁର୍ବୃତ୍ତ ଛଡ଼ାଇ ନେଇଥିଲେ।

ଚିନ୍ମୟୀ ଏକାକୀ ଦୁର୍ବୃତ୍ତଙ୍କୁ କାବୁ କରି ନିଜର ଚେନ୍‌ ଓ ମୋବାଇଲ ଉଧାର କରିଥିଲେ। ଏହି ସାହାସିକ କାର୍ଯ୍ୟ ପାଇଁ ଜାତୀୟ କରାଟେ ପଦକ ବିଜୟିନୀ ଚିନ୍ମୟୀଙ୍କୁ ୨୦୧୭ ଜାନୁଆରିରେ ଦୈତନଗରୀ କମିସନରେଟ୍‌ ପୁଲିସରେ ଚାକିରି ମିଳିଥିଲା। ଚିନ୍ମୟୀ ଉତ୍କଳ କରାଟେ ସ୍କୁଲ୍‌ରେ ପ୍ରଶିକ୍ଷଣ ନେଉଛନ୍ତି। ବିଶ୍ବ ପ୍ରତିଯୋଗିତାରେ ସଫଳତା ପାଇଁ ଚିନ୍ମୟୀଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ମିଳିବାକୁ ଲାଗିଛି।

Leave A Reply

Your email address will not be published.