କତାରରେ ଚପର କ୍ରାସ୍‌; ୬ ମୃତ

0

ଓଡ଼ିଆ ନ୍ୟୁଜ୍: କତାରରେ ଚପର କ୍ରାସ; ୬ ଜଣଙ୍କ ମୃତ୍ୟୁ ସୂଚନା। ସମସ୍ତ ମୃତକଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ। ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଖୋଜ ଥିବା କାତାରର ଗୃହ ମନ୍ତ୍ରଣାଳୟ କହିଛି ।

ସୂଚନାନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ହେଲିକପ୍ଟରଟି ପ୍ରତିଦିନ ଭଳି ଡ୍ୟୁଟିରେ ଥିବାବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆନ୍ତରିକ ମନ୍ତ୍ରଣାଳୟଙ୍କ ବିବୃତ୍ତିରେ ମୃତକଙ୍କ ଜାତୀୟତା ସ୍ପଷ୍ଟ କରାଯାଇନାହିଁ । ଏହା ଛଡା ସେ ଜଣେ ସୈନ୍ୟ କି ସାଧାରଣ ନାଗରିକ ତାହା ମଧ୍ୟ ଜଣାପଡିନାହିଁ । ଏବେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି । ଯେଉଁଥିରେ କୋଷ୍ଟ ଗାର୍ଡ ଏବଂ ଇଣ୍ଟରନାଲ ସିକ୍ୟୁରିଟି ଫୋର୍ସଙ୍କ ଟିମ୍ ଏଥିରେ ସାମିଲ ଥିଲେ । ଏହାରି ମଧ୍ୟରେ କାତାରର ରକ୍ଷା ମନ୍ତ୍ରଣାଳୟ Xରେ ପୋଷ୍ଟ ସେୟାର କରି କହିଛନ୍ତି ଯେ, “ନିୟମିତ ଡ୍ୟୁଟିରେ ଥିବା ସମୟରେ ଏକ କାତାର ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଫଳରେ ଏହା ରାଜ୍ୟର ଆଞ୍ଚଳିକ ଜଳସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ନିଖୋଜ ଥିବା କ୍ରୁ ଏବଂ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି ।”

Leave A Reply

Your email address will not be published.