ଫେବ୍ରୁଆରୀ ୧୮ ରୁ ଯୁକ୍ତ ଦୁଇ ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା।ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା।ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ।ମୋଟ୍ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ।ମୋଟ୍ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା।ଡିସେମ୍ବର ୧୫ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ।୨୧୦ଟି ହବ୍‌ AI କ୍ୟାମେରା ନଜରରେ ରହିବ।

ପ୍ରଶ୍ନପତ୍ର ଭାଇରାଲ୍‌ର କୌଣସି ସୁଯୋଗ ନାହିଁ କହିଲେ CHSE ନିୟନ୍ତ୍ରକ। ଆମର ହବ୍‌ ବ୍ୟବସ୍ଥା ସବୁଠୁ ଦୃଢ଼ ବ୍ୟବସ୍ଥା, AI ନଜରରେ ସବୁ ହବ୍। କାଉନସିଲ୍ ମଧ୍ୟ ପ୍ରଶ୍ନପତ୍ର ଜାଣିବନି, ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବ୍‌ ଆସିବ ପ୍ରଶ୍ନପତ୍ର।ହବ୍‌ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସିଟିଭିରେ ରେକର୍ଡିଂ ହେବ।ସେଠାରୁ ସିଧା ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ ପ୍ରଶ୍ନପତ୍ର।

Leave A Reply

Your email address will not be published.