ଓଡ଼ିଆ ନ୍ୟୁଜ୍: ରାୟପୁର ଦିନିକିଆ: ଦକ୍ଷିଣ ଆଫ୍ରିକା ଆଗରେ ଭାରତର ୩୫୯ ଟାର୍ଗେଟ୍ରା।ନିର୍ଦ୍ଧାରିତ ୫୦ ଓଭରରେ ଭାରତର ସ୍କୋର ୩୫୮/୫।ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ। କ୍ରମାଗତ ଦ୍ବିତୀୟ ଓ ୫୩ତମ ଦିନିକିଆ ଶତକ ହାସଲ କଲେ କିଙ୍ଗ୍ କୋହଲି।୪୩ ବଲ୍ରୁ ୬୬ ରନ୍ର ଅପରାଜିତ ଇନିଂସ ଖେଳିଲେ ରାହୁଲ। ୟପୁରରେ ଖେଳା ଯାଉଥିବା ଦ୍ଵିତୀୟ ଦିନିକିଆରେ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି ଭାରତ। ଗାଏକ୍ଵାଡ଼ ୧୦୫ ରନ ଓ କୋହଲି ୧୦୨ ରନର ଶତକୀୟ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ପୁଣି ଥରେ ୬୬ ବିସ୍ଫୋରକ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି । ଫଳରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୫୯ ରନର ବିଜୟ ଲକ୍ଷ୍ୟ ରଖିଛି । ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ ୨ଟି ଓ୍ଵିକେଟ୍ ନେଇଛନ୍ତି ।
ଛତିଶଗଡ଼ ରାୟପୁରରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳା ଯାଉଛି । ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଶୃଙ୍ଖଳା ବଞ୍ଚାଇବାକୁ ହେଲେ ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ । ତେବେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ୍ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ । ରୋହିତ ଏବଂ ଜୟସ୍ବାଲ ଆଉଟ ହେବା ପରେ ରତୁରାଜ ଗାଏକ୍ବାଡ୍ ଏବଂ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ବିରାଟ କୋହଲି ମାତ୍ର ୯୦ଟି ବଲ୍ ଖେଳି ସେଞ୍ଚୁରୀ ମାରିଥିଲେ । ତାଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ ।