ବଡମ୍ବା ନରସିଂହପୁରରେ ଉଦଘାଟିତ ହେଲା ଦେୱାନୀ ଜଜ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଡମ୍ବା ନରସିଂହପୁରରେ ଉଦଘାଟିତ ହେଲା ଦେୱାନୀ ଜଜ୍ (ବରିଷ୍ଠ ବିଭାଗ) ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ।  ଆଜି ନରସିଂହପୁର ଓ ବଡମ୍ବା କୋର୍ଟ ପରିସର ରେ ଉଦଘାଟିତ ହୋଇଛି ଦେୱାନୀ ଜଜ୍ (ବରିଷ୍ଠ ବିଭାଗ) |

ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ। ଆଜି ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡ଼ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନରସିଂହପୁର ଓ ବଡମ୍ବା ବାର ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଦେୱାନୀ ଜଜ୍ (ବରିଷ୍ଠ ବିଭାଗ) ପାଇଁ ସାଧାରଣ ଲୋକେ ଆଠଗଡ ଯିବାକୁ ପଡୁଥିଲା ।

ତାହା ଏବେ ବଡମ୍ବା ଓ ନରସିଂହପୁର କୋର୍ଟ ପରିସର ରେ ଲୋକେ ଲାଭ ଉଠାଇ ପାରିବେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଓ ଦୌରାଜଜ୍, ରେଜିଷ୍ଟ୍ରାର ସିଭିଲ କୋର୍ଟ, ନୂତନ ଭାବେ ଯୋଗଦେଇଥିବା ବଡମ୍ବା ଓ ନରସିଂହପୁର ର ଦୁଇଜଣ ସିଭିଲ ଜଜ୍ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.