ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁଦାନରେ ଦିନକୁ ଦିନ ଉଗ୍ର ହେଇଛି ଗୃହଯୁଦ୍ଧ । ଅଧିକ ଭୀଷଣ ହେଉଛି ସେନା ଓ ଅର୍ଦ୍ଧ ସୈନିକ ବାହିନୀ ମଧ୍ୟରେ ଚାଲିଥିବା ସଂଘର୍ଷ । ଏହା ମଧ୍ୟରେ ଫସି ରହିଛନ୍ତି ଅନେକ ଭାରତୀୟ । ସେମାନଙ୍କ ମଧ୍ୟରେ ଅଛନ୍ତି କର୍ଣ୍ଣାଟକରୁ ଯାଇଥିବା ୩୧ ଜଣ ଆଦିବାସୀ । ଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ରାଜ୍ୟର ହକ୍କି-ପିକି (ଆଦିବାସୀ) ଜନଜାତିର ୩୧ ଜଣଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ସେ ଏକାଧିକ ଟ୍ୱିଟ୍ କରି ଭାରତ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରି ସୁଦାନରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କମିସନର ମନୋଜ ରାଜନ କହିଛନ୍ତି, ଆମେ ଏକ ବାର୍ତ୍ତା ପାଇଛୁ ଯେ କର୍ଣ୍ଣାଟକର ୩୧ ଜଣିଆ ଗୋଷ୍ଠୀ ସୁଦାନରେ ଫସି ରହିଛନ୍ତି। ସୁଦାନରେ ଥିବା ଭାରତୀୟ ଦୂତାବାସର ନିର୍ଦେଶ ପାଳନ କରିବାକୁ ତାଙ୍କ ବିଭାଗ ଏହି ଲୋକମାନଙ୍କୁ କହିଛି ବୋଲି ଅଧିକାରୀ ଜଣକ କହିଛନ୍ତି । କମିଶନର ମନୋଜ ରାଜନ ଏକ ବିବୃତିରେ କହିଛନ୍ତି, ବର୍ତ୍ତମାନ ଫସି ରହିଥିବା ଲୋକମାନେ ଯେଉଁଠି ଅଛନ୍ତି ସେଠାରେ ରହିବା ଉଚିତ ଏବଂ ବାହାରକୁ ଯାଆନ୍ତୁ ନାହିଁ। ଏହି ସଂଘର୍ଷରେ ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ତେବେ ଆଶାଜନକ ଖବର ହେଉଛି ଏହି ସେନା ଓ ଅର୍ଦ୍ଧ-ସାମରିକ ବାହିନୀ ଆରଏସଏଫ ମଧ୍ୟରେ ଏକ ୨୪ ଘଣ୍ଟିଆ ଯୁଦ୍ଧବିରତି ପାଇଁ ସହମତି ହୋଇଛି ।
କ୍ଷମତା ହାସଲ କରିବାକୁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ରାଜଧାନୀ ଖାର୍ତୋମ୍ରେ ହୋଇଥିବା ଗୁଳିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ୧୮୩ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଅନେକ ବେଶି ବୋଲି ସୁଦାନ ଡାକ୍ତର ସଂଘ କହିଛି । ପଶ୍ଚିମ ଦାରଫରୁ ରାଜ୍ୟ ଓ ମେରୋୱିର ଉତ୍ତରାଞ୍ଚଳରେ ବହୁ ସଂଖ୍ୟାରେ ମିଲିଟାରୀ ଓ ଆର୍ଏସ୍ଏଫ୍ ଯବାନଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ସଂଘ କହିଛି। ଦେଶକୁ ପୁଣିଥରେ ନିୟନ୍ତ୍ରଣରେ ଆଣିବାକୁ ପୂରା ଜୋର ଲଗାଇ ଜେଇଛି ସୁଦାନ ସେନା । ଏଥିପାଇଁ ଦେଶର ଅର୍ଦ୍ଧଶାମରିକ ବଳ ସହ ସେନାର ଲଢେଇ ଆରମ୍ଭ ହୋଇଯାଇଛି । ପାରାମିଲିଟାରି ଫୋର୍ସର ବେସ୍ ଉପରେ ଏଯାର୍ଷ୍ଟ୍ରାଇକ୍ କରିଛି ସୁଦାନ ମିଲିଟାରୀ । ରାଜଧାନୀ କାର୍ତୋମକୁ ଲାଗିଥିବା ଓମଡର୍ମାରେ ଥିବା ସରକାରୀ ସମର୍ଥକ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ(RSF) ବେସ୍ ସହ ଆର୍ମିର ଘମାଘୋଟ ଯୁଦ୍ଧ ହୋଇଛି । ଅନ୍ୟପଟେ RSF ଦାବି କରିଛି ଯେ ସେମାନେ ରାଷ୍ଟ୍ରପତି ଭବନ, ସେନା ମୁଖ୍ୟଙ୍କ ଘର, ସରକାରୀ ମିଡିଆ ଏବଂ ଖାର୍ତୋମ, ମିରୋୱେ ଅଲ ଫଶେର ବିମାନବନ୍ଦରକୁ ସିଜ୍ କରିଦେଇଛନ୍ତି। ହେଲେ ଆର୍ମୀ RSFର ଏହି ଦାବିକୁ ଖଣ୍ଡନ କରିଛି । ଏହି ଯୁଦ୍ଧ ପରେ ଖାରତୋମରେ ସ୍କୁଲ କଲେଜ ସହ ସମସ୍ତ ଅଫିସ ବନ୍ଦ ରହିଛି। ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
ନିଉଜ୍ ଏଜେନ୍ସି ‘ଏପି’ ରିପୋର୍ଟ ଅନୁସାରେ, ସୁଦାନୀୟ ଡାକ୍ତର ସଂଘ କହିଛି ଯେ, ପଶ୍ଚିମ ଦାର୍ଫୁର୍ ଏବଂ ଉତ୍ତର ମେରୋୱେ ନଗରୀରେ ସେନା ଓ ‘ଆର୍ଏସ୍ଏଫ୍’ ସୈନିକଙ୍କ ସମେତ ଆହୁରି ଅନେକ ବ୍ୟକ୍ତି ନିହତ ହୋଇଛନ୍ତି ଯେଉଁମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇନାହିଁ। ‘ରଏଟର୍ସ’ ରିପୋର୍ଟ ଅନୁସାରେ, ଦେଶରେ ଗଣତନ୍ତ୍ର ଶାସନ ପ୍ରଚଳନ ପାଇଁ ପାରାମିଲିଟାରି ଫୋର୍ସର ଉଦ୍ୟମକୁ ପ୍ରତିହତ କରିବା ପାଇଁ ସୁଦାନ ସେନା ରାଜଧାନୀ ନିକଟରେ ଥିବା ପାରାମିଲିଟାରି ଘାଟି ଉପରେ ବିମାନ ଆକ୍ରମଣ କରିଥିଲା। ରାଷ୍ଟ୍ରପତି ଭବନ, ସେନାମୁଖ୍ୟଙ୍କ ବାସଭବନ, ରାଷ୍ଟ୍ରାୟତ ଟେଲିଭିଜନ୍ କେନ୍ଦ୍ର ଏବଂ ଖାର୍ତୌମ୍ରେ ଥିବା ବିମାନ ବନ୍ଦରଗୁଡ଼ିକୁ ନିୟନ୍ତ୍ରଣକୁ ନେଇଥିବା କଥା ‘ରାପିଡ୍ ସପୋର୍ଟ ଫୋର୍ସ’ କୁହାଯାଉଥିବା ଏହି ପାରାମିଲିଟାରି ଫୋର୍ସ ଦାବି କରିଥିବା ବେଳେ ସେନା ଏହାକୁ ଅସ୍ବୀକାର କରିଛି। ଆକାଶ ମାର୍ଗରୁ ‘ରାପିଡ୍ ସପୋର୍ଟ ଫୋର୍ସ’ର କାର୍ଯ୍ୟକଳାପ ସର୍ଭେ କରାଯାଉଥିବାରୁ ଜନସାଧାରଣଙ୍କୁ ଘରେ ରହିବାକୁ ସୁଦାନୀୟ ବାୟୁସେନା ପରାମର୍ଶ ଦେଇଛି। ସେଥିପାଇଁ ଆଜି ଖାର୍ତୌମ୍ ପ୍ରଦେଶରେ ଛୁଟି ଘୋଷଣା କରାଯାଇଛି।