ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଅଭିନନ୍ଦନ ଜଣାଇ ସଫଳ ପ୍ରାର୍ଥୀଙ୍କ ଭବିଷ୍ୟତ କାର୍ଯ୍ୟକାଳ ଉଜ୍ଜଳ ହେଉ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।
ପ୍ରଶାସନିକ ସେବା ଏକ ଗର୍ବର ବିଷୟ ଏବଂ ରାଜ୍ୟର ବିକାଶଧାରାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣମାନେ ସ୍ୱଚ୍ଛ, ନିରପେକ୍ଷ ଓ ଲୋକାଭିମୁଖୀ ହୋଇ ତୃଣମୂଳସ୍ତରରୁ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରୁଛି। ଆପଣମାନଙ୍କ ଭବିଷ୍ୟତ କାର୍ଯ୍ୟକାଳ ଉଜ୍ଜ୍ୱଳ ହେଉ ଏବଂ ବୃତ୍ତିଗତ ଜୀବନରେ ଆପଣମାନେ ଉନ୍ନତି କରନ୍ତୁ ବୋଲି କାମନା କରୁଛି।