ନବରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଶୁଭାରମ୍ଭ। ଜଗନ୍ନାଥଙ୍କ ଦର୍ଶନ ପାଇଁ ୧୪୮ ଜଣଙ୍କୁ ପୁରୀ ପଠାଇଲା ପ୍ରଶାସନ।OSRTC ବସ୍‌ରେ ପୁରୀ ବାହାରିଲେ, ପତାକା ଦେଖାଇଲେ ମୁଖ୍ୟମନ୍ତ୍ରୀ। ନବରଙ୍ଗପୁରରେ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କଲେ। ଦିନିକିଆ ନବରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ମେଡିକାଲ କଲେକର ଶିଳାନ୍ୟାସ କରିବା ସହିତ ରାଜ୍ୟ ସରକାରଙ୍କ “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା”ର ଶୁଭାରମ୍ଭ କରିଥିଲେ ।

ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ବରିଷ୍ଠ ନାଗରିକ ଲୋକଙ୍କୁ ପୁରୀକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର ଇଚ୍ଛା ସତ୍ତ୍ୱେ ନିଜ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଦର୍ଶନରୁ ବଞ୍ଚିତ ହେଉଥିବା ବେଳେ ତାହାକୁ ହୃଦବୋଧ କରି ଆର୍ଥିକ ଅନଗ୍ରସର ଶ୍ରେଣୀର ବରିଷ୍ଠ ନାଗରିକ (୬୦ରୁ ୭୫ ବର୍ଷ ବୟସ) ଓ ୭୫ ବର୍ଷ ବୟସ ମଧ୍ୟରେ ସମସ୍ତ ବିଧବା ମହିଳାଙ୍କୁ ମାଗଣାରେ ପୁରୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ । ଶ୍ରବଣ କୁମାର ନିଜ ପିତା ମାତାଙ୍କ ପ୍ରତି ସମ୍ମାନ ଥିଲା ଯାହା ସରକାରଙ୍କ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.