ରେଳ ବଜେଟ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ୧୦ ହଜାର ୯୨୮ କୋଟିର ରେଳ ବଜେଟ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ।ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ରେଲ୍‌ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ବଜେଟ୍‌ରେ ରେକର୍ଡ ଅର୍ଥ ମିଳିଛି।ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ଚଳିତ ବଜେଟ୍‌ରେ ରେକର୍ଡ ୧୦,୯୨୮ କୋଟି ଟଙ୍କା ବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ବୋଲି ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରଗତି ପ୍ରତି କେନ୍ଦ୍ର ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ‘ସମୃଦ୍ଧ ଓଡ଼ିଶା’ ଗଠନ ସଂକଳ୍ପକୁ ଆହୁରି ସୁଦୃଢ଼ କରିଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୯୦,୬୫୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଗତ ୧୧ ବର୍ଷ ମଧ୍ୟରେ ୨,୨୦୦ କିଲୋମିଟର ନୂତନ ରେଳ ଲାଇନ ସ୍ଥାପିତ ହେବା ଆମ ବିକାଶ ଯାତ୍ରାର ଏକ ଗୌରବମୟ ସଫଳତା। ଏହା ସହ ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଟ୍ରେନର ସଫଳ ଚଳାଚଳ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ସହ ସାଧାରଣ ଜନତାଙ୍କ ଯାତ୍ରାକୁ ଅଧିକ ସୁଗମ ଓ ଆରାମଦାୟକ କରିଛି।

Leave A Reply

Your email address will not be published.