ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ପୋଲିସ- ମମତା ବାନାର୍ଜୀ ମୁହାଁମୁହିଁ।ଦିଲ୍ଲୀ ସ୍ଥିତ ବଙ୍ଗ ଭବନ ବାହାରେ ଦିଲ୍ଲୀ ପୋଲିସ ସହ ମୁହାଁମୁହିଁ। SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ ଚାହୁଁଥିଲେ ମମତା। ମାତ୍ରାଧିକ ଦିଲ୍ଲୀ ପୋଲିସ ମୁତୟନକୁ ବିରୋଧ କରି ବର୍ଷିଲେ ମମତା।‘ମୁଁ କୌଣସି ଧାରଣାକୁ ଆସିନି, ଅତ୍ୟାଚାର କାହିଁକି ପଚାରିଲେ’। ‘ଗୃହ ମନ୍ତ୍ରୀ ବେଙ୍ଗଲ ଗଲେ ଆମେ ତାଙ୍କୁ ରେଡ୍ କାର୍ପେଟ୍ ସ୍ୱାଗତ କରୁଛୁ’।‘କିନ୍ତୁ ଆମେ ଦିଲ୍ଲୀ ଆସିଲେ ଆମ ପାଇଁ ବ୍ଲାକ୍ କାର୍ପେଟ୍ କାହିଁକି ?’।
ଏହି ପ୍ରସଙ୍ଗରେ ସୋମବାର ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ, ସେ ଲକ୍ଷ ଲକ୍ଷ ଲୋକଙ୍କୁ ଦିଲ୍ଲୀ ଆଣି ନିର୍ବାଚନ କମିଶନଙ୍କ ସମ୍ମୁଖରେ ପ୍ୟାରେଡ୍ କରାଇପାରିବେ। ଏଥିସହ ସେ ଭାଜପା ଶାସିତ ଆସାମର ଉଦାହରଣ ଦେଇ ପ୍ରଶ୍ନ କରିଛନ୍ତି ଯେ, ଯେଉଁଠାରେ ବେଆଇନ ଅନୁପ୍ରବେଶ ଏକ ବଡ଼ ସମସ୍ୟା, ସେଠାରେ କାହିଁକି SIR କାର୍ଯ୍ୟକାରୀ କରାଗଲା ନାହିଁ?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବାତାବରଣ ସରଗରମ ଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, SIR ବ୍ୟବସ୍ଥା ଜରିଆରେ ବିରୋଧୀ ଦଳର ସମର୍ଥକ ଓ ସାଧାରଣ ନାଗରିକଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରାଯାଉଛି।