ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।ଲୋକଙ୍କ ସୁରକ୍ଷା ପାଇଁ ସବୁ ଉପାୟ ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।ସବୁ ସମୟରେ ଆକ୍ସନ ମୋଡ୍ରେ ରହିବାକୁ ପୋଲିସକୁ ନିର୍ଦ୍ଦେଶ।’ନାରୀ ସୁରକ୍ଷା ପାଇଁ ପୋଲିସ ସବୁବେଳେ ଆକ୍ସନ ମୋଡ୍ରେ ରହୁ’।’ଉଚ୍ଚ ପୋଲିସ ଅଧିକାରୀମାନେ ନିୟମିତ ମନିଟରିଂ କରନ୍ତୁ’।ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ।
ପୋଲିସ ପଦବୀ ପୂରଣ ପାଇଁ ସ୍ବତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି।
ବୈଠକରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ଜୋରଦାର କରିବା ସହିତ, ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ଭାବେ ପାଟ୍ରୋଲିଂ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥି ସହିତ ପଡୋଶୀ ରାଜ୍ୟ ସୀମାରୁ ଓଡ଼ିଶାକୁ ବ୍ରାଉନସୁଗାର ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଏବଂ କଡ଼ାକଡ଼ି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।