ନବୀନ ନିବାସ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନବୀନ ନିବାସ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନ ବାବୁଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଗଲେ ମୁଖ୍ୟମନ୍ତ୍ରୀ। ନିକଟରେ ଏକ ଘରୋଇ ହସ୍ପିଟାଲ୍‌ରୁ ଚିକିତ୍ସିତ ହୋଇ ଫେରିଥିଲେ।ଉଭୟଙ୍କ ମଧ୍ୟରେ ସାକ୍ଷାତ ସମୟରେ ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିବାର ସୂଚନା ରହିଛି।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କର ସୁସ୍ଥତା କାମନା କରି ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ ବୋଲି ପଚାରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ, ‘ମୁଁ ସୁସ୍ଥ ଅନୁଭବ କରୁଛି’। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି।

Leave A Reply

Your email address will not be published.