ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପର ଲଞ୍ଚ ହୋଇଛି ଲୋଗୋ। ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ମହିଳା ବିଶ୍ୱକପ। ୪ଟି ପୋଟରେ ୧୬ ଟି ଦେଶର ଖେଳାଳି ଦେଖାଇବେ ଚିତାକର୍ଷକ ଖେଳ। ନର୍ଥ କୋରିଆ ସର୍ବାଧିକ ୨ ଥର ବିଶ୍ୱକପ ଟାଇଟେଲକୁ ନିଜ ନାରେ କରି ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି।
ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପର ପାଇଁ ଆରମ୍ଭ ହୋଇଯାଇଛି କାଉନଡାଉନ। ଲଞ୍ଚ ହୋଇଛି ମହିଳା ବିଶ୍ୱକପର ହୋଷ୍ଟ ସିଟି ଲୋଗୋ ।କଳିଙ୍ଗ ଷ୍ଟାଡିଅମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗକୁ ଲଞ୍ଚ କରିଛନ୍ତି। ଏହାଶହ ସ୍କୁଲ ଫୁଟବଲ କାର୍ନିଭାଲକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ବିଶ୍ୱକପର ଏହା ହେଉଛି ସପ୍ତମ ସସ୍କରଣ। ଚଳିତ ବିଶ୍ୱକପକୁ ହୋଷ୍ଟ କରୁଛି ଭାରତ। ଅକ୍ଟୋବର ୧୧ ତାରିଖରୁ ମହିଳା ବିଶ୍ୱକପ ଆରମ୍ଭ ହୋଇ ୩୦ ତାରିଖ ପର୍ଯନ୍ତ ଚାଲିବ। ୧୬ ଟି ଦେଶ ଏହି ବିଶ୍ୱକପରେ ଅଂଶ ଗ୍ରହଣ କରିବେ। ପୋଟ ୧ ରହିଛନ୍ତି ଭାରତ, ଜାପାନ,ସ୍ପେନ, ଜର୍ମାନୀ ଭଲି ଶକ୍ତିଶାଳୀ ଦଳ।
ସେହିଭଳି ପୋଟ ୨ ରେ ମେକ୍ସଇକୋ,କାନାଡ଼ା, ବ୍ରାଜିଲ, ନିୟୁଜିଲାଣ୍ଡ ଭଲି ଦଳ ରହିଥିବା ବେଳେ ପୋଟ 3 ରେ ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା ଦଳ ରହିଛନ୍ତି। .ସେପଟେ ପୋଟ ୪ ରେ କଲୋମ୍ବିଆ, ଚିଲି, ମାର୍କୋ, ତାଂଜ଼ାନିଆ ଦଳ ନିଜର କ୍ରୀଡା ଯାଦୁ ଦେଖାଇବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ବିଶ୍ୱକପର ୩ ଟି ମ୍ୟାଚ। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ସାରିଛି।
୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ବିଶ୍ୱକପରେ ନର୍ଥ କୋରିଆ ପ୍ରଥମେ ଟାଇଟଲ ହାସଲ କରିଥିଲା। ଦ୍ୱିତୀୟ ବିଶ୍ୱକପ ସାଉଥ କୋରିଆ, ତୃତୀୟ ଫ୍ରାନ୍ସ, ଚାତୁର୍ଥ ଜାପାନ,ପଞ୍ଚମ ନର୍ଥ କୋରିଆ ଏବଂ ଷଷ୍ଠ ଥର ସ୍ପେନ ବିଶ୍ୱକପ ଟାଇଟଲ ନିଜ ନାରେ କରିଥିଲା। ନର୍ଥ କୋରିଆ ସର୍ବାଧିକ ୨ ଥର ଏହି ଟାଇଟେଲ ହାତେଇଛି। ସେପଟେ ରାଜ୍ୟରେ ଏଭଳି ବଡ ଇଭେଣ୍ଟ ଆୟୋଜନକୁ ପ୍ରଶଂସା କରିଛନ୍ତି ଫୁଟୁବଲ ଖେଳାଳୀ। ଭାରତ ମହିଳା ବିଶ୍ୱକପକୁ ଦ୍ୱିତୀୟ ଥର ପାଇଁ ହୋଷ୍ଟ କରୁଥିବା ବେଳେ ଓଡିଶା, ମହାରାଷ୍ଟ୍ର, ଗୋଆ ହୋଇଛି ହୋଷ୍ଟିଙ୍ଗ ଷ୍ଟେଟ।