ଓଡିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ବୁଲିବାକୁ ଯାଉଛନ୍ତି କି ତେବେ ଆପଣଙ୍କ ପାଇଁ ଖୁସି ଖବର। ଏଣିକି ବିଦେଶ ଭଳି ଆମ ଓଡିଶାରେ ବି ବୋଟ ହାଉସର ମଜା ଉଠାଇ ପାରିବେ ପର୍ଯ୍ୟଟକ। ତାହାବି ଚିଲିକାର ରମଣୀୟ ପରିବେଶ ମଧ୍ୟରେ। ଏଇ ହ୍ରଦର ନୀଳ ଜଳରାଶିରେ ରାତି ରହଣି, ଶାନ୍ତ ପରିବେଶରେ ଏଠାକାର ସୂର୍ଯ୍ୟୋଦୟ, ତା ସାଙ୍ଗକୁ ପକ୍ଷୀଙ୍କ କିଚିରି ମିଚିରି କଳରବ। ଚିଲିକାର ଜଳରାଶିରେ ଆରାମ ଦାୟକ ନୌବିହାର ସାଙ୍ଗକୁ ବିଦେଶାଗତ ପକ୍ଷୀ ଓ ଡ଼ଲଫିନ ଦେଖିବାର ମଜାକୁ ଦ୍ୱିଗୁଣିତ କରିବ। ଆଜ୍ଞା ହଁ ଏବେ ଚିଲିକାରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ବିଳାସପୂର୍ଣ୍ଣ ବୋଟ ହାଉସ ବ୍ୟବସ୍ଥା। ଯାହାର ନାଁ ରହିଛି ‘ଗରୁଡ଼’। ଆସନ୍ତାକାଲି ବଡ଼କୁଳରେ ଏହାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ।

ଚିଲିକାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଉର୍ଣ୍ଣତ ଧରଣର ସେବା ଚିଲିକା ଜଳ ରାଶି ମଧ୍ୟରେ ପ୍ରଦାନ କରିବା ଲକ୍ଷ୍ୟ ନେଇ ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍ ନାମକ ଏକ ଘରୋଇ ସଂସ୍ଥା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହାଉସ ବୋଟ ତିଆରି କରିଛି। ଚିଲିକା ଜଳରାଶିରେ ପର୍ଯ୍ୟଟକ ମନରଞ୍ଜନ କରିବା ପାଇଁ ଆରମ୍ଭ କରିଛି ଏଭଳି ବ୍ୟବସ୍ଥା । ଏହି ବୋଟରେ ରହିଛି ଅନେକ ସୁବିଧା ତଳ ମହଲାରେ ୩୦ଜଣ କ୍ଷମତା ବିଶିଷ୍ଟ ରହିଛି ଏକ ବଡ଼ ହଲ ଯେଉଁଠାରେ ବିଭିନ୍ନ ଉତ୍ସବ ଓ ସଭା ଅନୁଷ୍ଠିତ ହୋଇପାରିବ । ତାହା ସହ ଏହାରି ମଧ୍ୟରେ ରହିଛି ୬ଗୋଟି ବିକାଶପୂର୍ଣ୍ଣ କୋଠରୀ ରହିଛି । ଯେଉଁଠାରେ ପରିବାର ସହ ରାତ୍ରି ଯାପନ ରରିପାରିବେ । ତାହା ସହ ପର୍ଯ୍ୟଟକ ମାନଙ୍କ ପାଇଁ ଦୁଇ ପ୍ରକାର ସାଇଡ ସିନ ଦେଖେଇବାର ପ୍ୟାକେଜ ରହିଛି । ଯେଉଁଥିରେ ସକାଳ ଜଳଖିଆ, ମଧ୍ୟାର୍ଣ୍ଣ ଭୋଜନ , ସନ୍ଦ୍ୟାରେ ମନରଞ୍ଜନ ପାଇଁ ସଙ୍ଗୀତ ପରିବେଷଣ ଓ ରାତିରେ ରାତ୍ର ଭୋଜନ ର ବ୍ୟବସ୍ତା ରହିଛି ।

ଅନ୍ୟ ପଟେ ଦେଖିବାକୁ ଗଲେ ଏହି ବୋଟଟି ଚିଲିକାର ଜଳବାୟୁ ଅନୁସାରେ ଡିଜାଇନ କରାଯାଇଛି । ସମ୍ପୂର୍ଣ୍ଣ ଶବ୍ଦ ପ୍ରଦୂଷଣ ମୁକ୍ତ, ଆପତ୍ତି କାଳୀନ ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ଆନୁସଂଘୀକ ବିବସ୍ତା କରାଯାଇଛି । ଅଗ୍ନି ନିରାପତ୍ତା କୁ ଦୃଷ୍ଟି ରେ ରଖି ସମସ୍ତ ବ୍ୟବସ୍ତା ଏହି ବୋଟ ରେ ଅଛି ବୋଲି ବିକାଶ ଅନୁଷ୍ଠାନ ର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।